ହରଭଜନ ସିଂହଙ୍କ ରେକର୍ଡ ଅତିକ୍ରମ କରିବେ ରବିଚନ୍ଦ୍ରନ ଅଶ୍ବିନ୍‌

ନୂଆଦିଲ୍ଲୀ, ନଭେମ୍ବର ୨୯ :  ଟିମ୍‌ ଇଣ୍ଡିଆର ବରିଷ୍ଠ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମ୍‌ରେ ପାକିସ୍ତାନର ପୂର୍ବତନ ଖେଳାଳି ୱାସିମ୍‌ ଆକ୍ରମଙ୍କୁ ପଛରେ ପକାଇଥିଲେ। ଏବେ ହରଭଜନ ସିଂହଙ୍କ ରେକର୍ଡ ମଧ୍ୟ ଟାର୍ଗେଟକୁ ଆସିଯାଇଛି। ଟେଷ୍ଟ କ୍ରିକେଟରେ ରବିଚନ୍ଦ୍ରନ ଅଶ୍ବିନ ୪୧୭ ୱିକେଟ୍‌ ହାସଲ କରିସାରିଛନ୍ତି। ସେ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ୱାସିମ ଆକ୍ରମଙ୍କ ୪୧୪ ଟେଷ୍ଟ ୱିକେଟର ରେକର୍ଡକୁ ପ୍ରଥମ ଦିନରେ ଏହି ଟେଷ୍ଟ ମାଧ୍ୟମରେ ଅତିକ୍ରମ କରିଛନ୍ତି। ବର୍ତ୍ତମାନ ପରିପ୍ରେକ୍ଷୀରେ ରବିଚନ୍ଦ୍ରନ ଅଶ୍ବିନ ଟେଷ୍ଟ କ୍ରିକେଟରେ ଏବେ ହରଭଜନ ସିଂହଙ୍କ ରେକର୍ଡ ସହ ସମକକ୍ଷ ହୋଇଯାଇଛନ୍ତି। ଉଭୟ ଭାରତୀୟ ଜଣାଶୁଣା ସ୍ପିନର ୪୧୭ ଲେଖାଏଁ ୱିକେଟ୍‌ ନେଇଛନ୍ତି। ଅଶ୍ବିନ ରବିବାର ନ୍ୟୁଜିଲାଣ୍ଡର ଓପନର ୱିଲ ୟଙ୍ଗକୁ ଏଲବିଡବ୍ଲ୍ୟୁ ଆଉଟ କରି ହରଭଜନ ସିଂହଙ୍କ ସମକକ୍ଷ ହୋଇଥିଲେ। ତେଣୁ ସେ ହରଭଜନଙ୍କୁ ଅତିକ୍ରମ କରିବା ପାଇଁ ଅତିକମରେ ଗୋଟିଏ ୱିକେଟ ଆବଶ୍ୟକ କରୁଛନ୍ତି।

Leave A Reply

Your email address will not be published.