ଘରକୁ ଫେରିବା ନେଇ ଘୋଷଣା କରିପାରନ୍ତି ଚାଷୀ

ନୂଆଦିଲ୍ଲୀ, ନଭେମ୍ବର ୨୯: ଚାଷୀ ଆନ୍ଦୋଳନକୁ ନେଇ ଆଜି ବଡ଼ ଖବର ଆସିପାରେ ସୋମବାର ସିଂଘୁ ସୀମାରେ ଜରୁରୀକାଳୀନ ବୈଠକ ଆହ୍ବାନ କରାଯାଇଛି। ଅନ୍ୟପଟରେ ସଂସଦର ଶୀତକାଳୀନ ଅଧିବେଶନର ପ୍ରଥମ ଦିନ ସଭା ଦ୍ବାରା ପାରିତ କରାଯିବା ପରେ ୩ କୃଷି ଆଇନକୁ ନିଷ୍କ୍ରିୟ କରାଯାଇଥିବା ବିଧେୟକକୁ ସୋମବାର ରାଜ୍ୟସଭାରେ ଉପସ୍ଥାପନା କରାଯାଇପାରେ। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ କୃଷି ଆଇନ ନିଷ୍କ୍ରିୟ ବିଧେୟକ-୨୦୨୧କୁ ଲୋକସଭାରେ ବିଚାର କରାଯିବା ପାଇଁ ତାଲିକା ପ୍ରସ୍ତୁତି ହୋଇଛି।ସୂତ୍ର ଅନୁସାରେ ଲୋକସଭାରେ ବିଧେୟକ ଗୃହୀତ ହେବା ପରେ ଏହାକୁ ସଂସଦର ଉପର ଗୃହକୁ ପଠାଯିବ। ଅନ୍ୟପଟରେ ଚାଷୀ ଆନ୍ଦୋଳନକୁ ନେଇ ମଧ୍ୟ ବଡ଼ ଖବର ଆସିପାରେ। ଚାଷୀ ଆନ୍ଦୋଳନରେ ସାମିଲ ସିଂଘୁ ସୀମାରେ ଆଜି ଜରୁରୁୀକାଳୀନ ବୈଠକ କରିବେ। ପୂର୍ବାହ୍ନ ୧୧ଟାରେ ଏହି ବୈଠକର ଆୟୋଜନ ହେବ ଏବଂ ଚାଷୀମାନେ ଘରକୁ ଫେରିବା ନେଇ ଘୋଷଣା ହୋଇପାରେ। 

Leave A Reply

Your email address will not be published.