ଲକ୍ଷାଧିକ ଟଙ୍କାର ବ୍ରାଉନ୍‌ସୁଗାର ଜବତ

ଟାଙ୍ଗୀ, ନଭେମ୍ବର ୨୯ : ପୁଣି ଲକ୍ଷାଧିକ ଟଙ୍କାର ବ୍ରାଉନ୍‌ସୁଗାର ଜବତ । ଖୋର୍ଦ୍ଧା ଜିଲ୍ଲାର ନିରାକାରପୁର ଥାନା ଅନ୍ତର୍ଗତ ବଡପୋଖରୀଆ-ବୋଡଙ୍ଗରା ଅଞ୍ଚଳରୁ ବ୍ରାଉନସୁଗାର ବେପାରୀ ଗିରଫ ହୋଇଛି । ଉକ୍ତ ଅଞ୍ଚଳରେ ଲକ୍ଷାଧିକ ଟଙ୍କାର ବ୍ରାଉନ୍‌ସୁଗାର କାରବାର ଚାଲିଥିବା ଖବର ପାଇବା ପରେ ନିରାକାରପୁର ପୋଲିସ ପକ୍ଷରୁ ସେଠାରେ ଚଢାଉ କରାଯାଇଥିଲା ।  ଚଢାଉ ସମୟରେ ୨ ଜଣ ଯୁବକଙ୍କ ନିକଟରୁ ୨୧.୨୦୦ ଗ୍ରାମ ଓଡନର ବ୍ରାଉନସୁଗାର ପୋଲିସ ଜବତ କରିଥିଲା । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ଅଢେଇ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । 

gpkandhamal

ଏହାସହିତ ବେପାରୀମାନଙ୍କ ଠାରୁ ଗୋଟିଏ ହିରୋ ଗ୍ଲାମର ମଟର ସାଇକେଲ, ନଗଦ ୫ ହଜାର ଟଙ୍କା ପୋଲିସ ଜବତ କରିଛି । ଗିରଫ ଦୁଇ ଜଣ ହେଲେ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ବଡପୋଖରୀଆ ଗାଁର ବଟକୃଷ୍ଣ ମାର୍ଥା ଏବଂ ଟାଙ୍କୋଳ ଗାଁର ଦିଲ୍ଲୀପ ପ୍ରଧାନ ।   

Umasankar Adv
Leave A Reply

Your email address will not be published.