ୟୁରୋପରେ କରୋନା: ଜର୍ମାନୀରେ ୨୪ ଘଣ୍ଟାରେ ୩୮ ହଜାର ନୂଆ ପଜିଟିଭ୍‌, ବ୍ରିଟେନ୍‌ରେ ୩୭ ହଜାର ସଂକ୍ରମିତ

ବ୍ରିଟେନ୍‌, ନଭେମ୍ବର ୨୯ : ବିଗତ ୨୪ ଘଣ୍ଟା ମଧ୍ୟରେ ଆମେରିକା ସମେତ ବ୍ରିଟେନ୍‌, ଜର୍ମାନୀ, ଫ୍ରାନ୍ସବାସୀଙ୍କୁ କରୋନା ଭାଇରସ ମହାମାରୀ ସାମାନ୍ୟ ଆଶ୍ବସ୍ତି ଦେଇଛି। ୨୪ ଘଣ୍ଟା ମଧ୍ୟରେ ବ୍ରିଟେନ୍‌ରେ ୩୭ ହଜାର ୬୮୧ ଜଣ ଲୋକ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୩୩ ହଜାର ୨୨୧ ଜଣ କରୋନାରୁ ସୁସ୍ଥ ହୋଇଥିଲା ବେଳେ ୫୧ ଜଣଙ୍କର ମୃତ୍ୟୁ ହୋଇଛି। ଜର୍ମାନୀରେ ୨୪ ଘଣ୍ଟା ମଧ୍ୟରେ ୩୮ ହଜାର ୪୪୪ ଜଣ ପଜିଟିଭ ଚିହ୍ନଟ ହୋଇଥିଲା ବେଳେ ୨୦ ହଜାର ୬୦୦ ଲୋକ ସୁସ୍ଥ ହୋଇଛନ୍ତି। କିନ୍ତୁ ୭୧ ଜଣଙ୍କର ମୃତ୍ୟୁ ହୋଇଛି।  ଆମେରିକାରେ ଗତ ୨୪ ଘଣ୍ଟା ମଧ୍ୟରେ ୧୬ ହଜାର ୮୦ ଜଣ ନୂଆ ପଜିଟିଭ ଚିହ୍ନଟ ହେବା ପରେ ମୋଟ ସଂଖ୍ୟା ୪ କୋଟି ୯୦ ଲକ୍ଷ ୯୩ ହଜାର ୭୭୫ରେ ପହଞ୍ଚିଛି। ଦିନକରେ ୧୨ ହଜାର ୬୯୪ ଜଣ ସୁସ୍ଥ ହେବା ପରେ ସଂଖ୍ୟା ୩ କୋଟି ୮୮ ଲକ୍ଷ ୭୪ ହଜାର ୪୦୮ ଜଣ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି। ଏପର୍ଯ୍ୟନ୍ତ ୭ ଲକ୍ଷ ୯୯ ହଜାର ୩୯୧ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେ‌ଳେ ୯୪ ଲକ୍ଷ ୧୯ ହଜାର ୯୭୬ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ଏଥିରୁ ୧୨ ହଜାର ୫୧୦ ଜଣଙ୍କର ଅବସ୍ଥା ଗୁରୁତର ରହିଛି।  

Leave A Reply

Your email address will not be published.