ତାମିଲନାଡୁର ଭେଲ୍ଳୋରରେ ଭୂକମ୍ପର ଝଟକା

ଚେନ୍ନାଇ, ନଭେମ୍ବର ୨୯ : ତାମିଲନାଡୁରେ ଭେଲ୍ଲୋରରେ ଆଜି ଭୋର ସକାଳୁ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍ଲେଲରେ ଏହାର ତୀବ୍ରତା ୩.୬ ଥିବା ଗଣମାଧ୍ୟମର ରିପୋର୍ଟରୁ ଜଣାଯାଇଛି। ସୂଚନା ଅନୁସାରେ ଆଜି ଭୋର ୪ଟା ୧୭ ମିନିଟରେ ରିକ୍ଟର ସ୍କେଲରେ ୩.୬ର ଭୂକମ୍ପ ଅନୁଭୂତ ହୋଇଥିଲା। ଏହାର କେନ୍ଦ୍ରସ୍ଥଳୀ ଭେଲ୍ଲୋର ଠାରୁ ୫୯କିଲୋମିଟର ଦୂରରେ ଥିଲା ବୋଲି ଜଣାପଡ଼ିଛି। ତେବେ ରିପୋର୍ଟ ଲେଖାଯିବା ବେଳକୁ ଭୂକମ୍ପ ଯୋଗୁଁ କ୍ଷୟକ୍ଷତିର କୌଣସି ସୂଚନା ମିଳିନାହିଁ। ଭୂକମ୍ପ ସମୟରେ ଭଲ ଭାବରେ ରାତି ପାହି ନଥିବାରୁ ଅଧିକାଂଶ ଲୋକ ଘର ଭିତରେ ଥିଲେ। 

Leave A Reply

Your email address will not be published.