ଅଷ୍ଟ୍ରେଲିଆରେ ଓମିକ୍ରନ୍ ଚିହ୍ନଟ, ଦକ୍ଷିଣ ଆଫ୍ରିକାରୁ ସିଡନୀ ଫେରିଥିବା ୨ ଯାତ୍ରୀ ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ, ନଭେମ୍ବର ୨୮: କାୟା ମେଲାଇବା ଆରମ୍ଭ କରିଛି ଓମିକ୍ରନ୍ । ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା କରୋନା ଭୂତାଣୁର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ୍ ଏବେ ଅଷ୍ଟ୍ରେଲିଆରେ ମଧ୍ୟ ଚିହ୍ନଟ ହୋଇସାରିଲାଣି ।  ଆଜି ଅଷ୍ଟ୍ରେଲିଆରେ ପ୍ରଥମ କରି ଓମିକ୍ରନ୍ ଭ୍ୟାରିଆଣ୍ଟଚିହ୍ନଟ ହୋଇଛି । ଦକ୍ଷିଣ ଆଫ୍ରିକାରୁ ସିଡନ୍‌ୀ ଫେରିଥିବା ୨ ଯାତ୍ରୀ ଆଜି କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ଭ୍ୟାରିଆଣ୍ଟ ଟେଷ୍ଟ କରାଇବା ପରେ ସେମାନେ ଓମିକ୍ରନ୍ ଦ୍ୱାରା ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଛି ।

gpkandhamal

ଯାହାପରେ ଏବେ ଅଷ୍ଟ୍ରେଲିଆରେ ହାଇ ଆଲର୍ଟ ଜାରି କରାଯାଇଛି । ଓମିକ୍ରନ୍ ଭ୍ୟାରିଆଣ୍ଟ ଦ୍ୱାରା ପଜିଟିଭ୍ ଚିହ୍ନଟ ହୋଇଥିବା ୨ ଯାତ୍ରୀଙ୍କୁ ଏବେ ଆଇସୋଲେସନ୍ ରେ ରଖାଯାଇଥିବା ବେଳେ ସେମାନଙ୍କ ଲକ୍ଷଣ ଓ ସ୍ୱାସ୍ଥ୍ୟବସ୍ଥାକୁ ନେଇ ପରୀକ୍ଷା ଜାରି ରହିଥିବା ଜଣାପଡିଛି ।

Umasankar Adv
Leave A Reply

Your email address will not be published.