ଟ୍ୱିଟର ସିଇଓ ଭାର ସମ୍ଭାଳିବେ ପରାଗ ଅଗ୍ରୱାଲ

ନୁଆଦିଲ୍ଲୀ, ନଭେମ୍ବର ୩୦: ଟେସଲା ମାଲିକ ତଥା ବିଶ୍ୱର ସବୁଠାରୁ ଧନୀ ବ୍ୟବସାୟୀ ଏଲୋନ୍ ମସ୍କ ସୋମବାର ଦିନ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବରେ ନିର୍ବାଚିତ ହୋଇଥିବା ଭାରତର ପରାଗ ଅଗ୍ରୱାଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଏବଂ କହିଛନ୍ତି, ‘ଭାରତୀୟ ପ୍ରତିଭା ଦ୍ୱାରା ଆମେରିକା ଉପକୃତ ହେଉଛି।’ ବାସ୍ତବରେ, ଷ୍ଟ୍ରାଇପ୍ କମ୍ପାନୀର କୋଫାଉଣ୍ଡର ତଥା ସିଇଓ ପାଟ୍ରିକ୍ କଲିସନ୍ ଏକ ଟୁଇଟ୍ ମାଧ୍ୟମରେ ପରାଗ ଅଗ୍ରୱାଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଏବଂ ଏହାର ଉତ୍ତରରେ ଏଲୋନ୍ ମସ୍କ କହିଛନ୍ତି ଯେ ଆମେରିକା ଭାରତୀୟ ପ୍ରତିଭାର ଲାଭ କରୁଛି। ପାଟ୍ରିକ୍ ତାଙ୍କ ଟ୍ୱିଟରେ ଲେଖିଛନ୍ତି, ‘ଗୁଗୁଲ୍, ମାଇକ୍ରୋସଫ୍ଟ, ଆଡୋବ୍, ଆଇବିଏମ୍, ପାଲୋ ଆଲ୍ଟୋ, ନେଟୱାର୍କ ଏବଂ ବର୍ତ୍ତମାନ ଟ୍ୱିଟର ଚଳାଉଥିବା ସମସ୍ତ ସିଇଓ ଭାରତରେ ବଢିଛନ୍ତି। ବୈଷୟିକ ଦୁନିଆରେ ଭାରତୀୟଙ୍କ ଆଶ୍ଚର୍ଯ୍ୟଜନକ ସଫଳତା ହୃଦୟସ୍ପର୍ଶୀ।

Leave A Reply

Your email address will not be published.