ଶୀତକାଳୀନ ଅଧିବେସନ ପାଇଁ ଡ଼ିଜିପିଙ୍କ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା

ଭୁବନେଶ୍ୱର ,ନଭେମ୍ବର 30 : ଆସନ୍ତା କାଲି ଠାରୁ ଆରମ୍ଭ ହେବାକୁ ଯାଉଛି ଶୀତକାଳୀନ ଅଧିବେସନ। ଡିସେମ୍ବର ୧ରୁ ୩୧ ତାରିଖ ଯାଏଁ ବିଧାନସଭା ଅଧିବେସନ ଚାଲିବ। ବିଧାନସଭା ଦିନ ୧୦.୩୦ରୁ ଆରମ୍ଭ ହୋଇ ୧.୩୦ ପର‌୍ୟ୍ୟନ୍ତ ଚାଲିବ।ଏହାପରେ ଅପରାହ୍ନ ୪ ଟାରୁ ୬ ଟା ଯାଏଁ ଚାଲିବ। ଦିନକୁ ୫ ଘଣ୍ଟା ଚାଲିବ ଗୃହ । ତେବେ ଏହାକୁ ଆଖି ଆଗରେ ରଖି ଡ଼ିଜିପିଙ୍କ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଛନ୍ତି । ବରିଷ୍ଟ ଅଧିକାରୀଙ୍କ ସହ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଡ଼ିଜିପି । ତେବେ ଏହି ସମୀକ୍ଷା ପରେ ସିପି ସୌମେନ୍ଦ୍ର ପ୍ରିୟଦର୍ଶୀ ସୁଚନା ଦେଇଛନ୍ତି ଯେ ବିଧାନସଭାରେ ସୁରକ୍ଷା ପାଇଁ ତ୍ରି ସ୍ତରୀୟ ବ୍ୟବସ୍ଥା କରାଯାଇଛି ।୩୦ ପ୍ଲାଟୁନ୍ ଫୋର୍ସ,୬ ଅତିରିକ୍ତ ଏସପି, ୧୧ ଏସିପି,୧୩ ଇନିସ୍‌ପେକ୍ଟର,୬୨ ଅଫିସର ମୂତୟନ କରାଯାଇଛି । ଏହା ସହିତ ବିଧାସଭାକୁ ଯାଉଥିବା ସମସ୍ତ ମାର୍ଗରେ କଟକଣା ମଧ୍ୟ ଯାରୀ କରାଯାଇଛି । ବିଭିନ୍ନ ସ୍ଥାନରେ ନଜର ରଖିବା ପାଇଁ ୫ ଟି ସ୍ଥାନରେ କଣ୍ଟୋଲ୍ ରୁମ୍ ମଧ୍ୟ ହୋଇଛି । ଆତ୍ମହୁତି ଘଟଣାକୁ ଏଡ଼ାଇବା ପାଇଁ ସବୁ ଜିଲ୍ଲାର ଏସପିଙ୍କ ସହ କଥା ମଧ୍ୟ ହୋଇଥିବା କୁହାଯାଇଛି ।

gpkandhamal

ସୁଚନା ଅନୁସାରେ ପ୍ରଥମ ଦିନ ବିଧାନସଭା ୧୧ ଟାରେ ଆରମ୍ଭ ହେବ। ୫ଟାରେ ଅତିରିକ୍ତ ବଜେଟ ସ୍ଥାପନା ହେବ। ୯୦ ମିନିଟ ମୁଲତବୀ ପ୍ରସ୍ତାବ ଆଲୋଚନା ହେବ। ବିରୋଧୀଙ୍କ ପାଇଁ ୫୫ ମିନିଟ୍ ସମୟ ଓ ମନ୍ତ୍ରୀଙ୍କ ରିପ୍ଲାଏ ପାଇଁ ଶାସକ ଦଳ ପାଇଁ ୩୫ ମିନିଟ ସମୟ ରହିବ।କୋଭିଡ ଗାଇଡ ଲାଇନ ଅନୁସାରେ ବିଧାନସଭା ବସିବ। ପ୍ରଶ୍ନକାଳ ସମୟରେ ହଟଗୋଳ ନକରିବା ପାଇଁ ବାଚସ୍ପଚି ଅବଗତ କରିଛନ୍ତି। ନମାନିଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ବାଚସ୍ପତି କହିଛନ୍ତି।

Umasankar Adv
Leave A Reply

Your email address will not be published.