ବିଜେପି ଏବଂ ସହଯୋଗୀ ମାନଙ୍କ ସହିତ ମିଶି ସରକାର ଗଠନ କରିବେ ଅମରିନ୍ଦର ସିଂ

ପଞ୍ଜାବ, ନଭେମ୍ବର ୩୦ : ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ସୋମବାର କହିଛନ୍ତି ଯେ ତାଙ୍କ ପଞ୍ଜାବ ଲୋକ କଂଗ୍ରେସ ୨୦୨୨ ମସିହାରେ ବିଜେପି ଏବଂ ବିଦ୍ରୋହି  ଅକାଳି ଦଳ ସହିତ ମିଳିତ ଭାବେ ସରକାରୀ ରାଜ୍ୟ ଗଠନ କରିବ। ଗତକାଲି ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ଭେଟିବା ପରେ ସେ ଏହି ମନ୍ତବ୍ୟ ଦେଇଛନ୍ତି ଏବଂ ଖଟ୍ଟରଙ୍କ ସହିତ ଏହି ବେଠକ ସୌଜନ୍ୟ ମୁଳକ ବୋଲି ବୋଲି ବର୍ଣ୍ଣନା କରିଛନ୍ତି।ଏହି ବୈଠକ ପରେ ଅମରିନ୍‌ଦର କହିଛନ୍ତି ଯେ ଆମର ସଦସ୍ୟତା ଡ୍ରାଇଭ୍ ବହୁତ ଭଲରେ ଅଛି, ସମୟକୁ ଅପେକ୍ଷା କରନ୍ତୁ। ଆମେ ଆମର ସହଯୋଗୀମାନଙ୍କ ସହ ପଞ୍ଜାବରେ ସରକାର ଗଠନ କରିବୁ।” ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ସିଂ କଂଗ୍ରେସ ଛାଡିବା ପରେ ଖୁବ ଶୀଘ୍ର ତାଙ୍କ ନୂତନ ଦଳ ପଞ୍ଜାବ ଲୋକ କଂଗ୍ରେସକୁ ସମ୍ନାକୁ ଆଣିଛନ୍ତି। ୨୦୧୭ ପଞ୍ଜାବ ବିଧାନସଭା ନିର୍ବାଚନରେ କଂଗ୍ରେସ ୭୭ ଟି ସିଟ୍ ଜିତି ରାଜ୍ୟରେ ସମ୍ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛି ଏବଂ ୧୦ ବର୍ଷ ପରେ ଅକାଳୀ- ବିଜେପି ସରକାର ସାସନରୁ ଦୁରେଇବାରେ ସଫଳ ହୋଇଥିଲା। ୨୦ ଟି ସିଟ୍ ଜିତିଥିବା ଆମ୍ ଆଦମୀ ପାର୍ଟି ରାଜ୍ୟରେ ଦ୍ୱିତୀୟ ବୃହତ୍ତମ ଦଳ ଭାବରେ ଉଭା ହୋଇଥିଲା ।

Leave A Reply

Your email address will not be published.