ବାତ୍ୟା ‘ଜୱାଦ’ । ଗୁଲାବ ଠାରୁ ଅଧିକ, ଫନି ଠାରୁ କମ

 ଆହୁରି ସକ୍ରିୟ ହେଉଛି ଆଣ୍ଡାମାନ ସାଗର ଅଂଚଳରେ କେନ୍ଦ୍ରୀଭୂତ ଲଘୁଚାପ । କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ପହଞ୍ଚିଛି ଲଘୁଚାପ । ପଶ୍ଚିମ-ଉତର ପଶ୍ଚିମ ଦିଗରେ ଗତିକରି ୨ ତାରିଖରେ ଅବପାତର ରୂପ ନେବ । ପରବର୍ତୀ ୨୪ ଘଣ୍ଟାରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା ରହିଛି । ପ୍ରଭାବରେ କାଲିଠୁ ଓଡିଶାର ବଦଳିବ ପାଗ । ତେବେ ଏହି ବାତ୍ୟାର ପ୍ରଭାବ ଗୁଲାବ ଠାରୁ ଅଧିକ ରହିବ କିନ୍ତୁ ଫନି ଠାରୁ କମ ରହିବ । ଅଥାର୍ତ ବାତ୍ୟା ଉପକୂଳ ଛୁଇଁବା ବେଳକୁ ପାଖାପାଖି ୯୦ରୁ ୧୦୦ କିଲୋମିଟର ବେଗରେ ପବନ ବହିପାରେ ବୋଲି ପୂର୍ବାନୁମାନ କରିଛନ୍ତି ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକ ଏଚ ଆର ବିଶ୍ୱାସ । ଏହା ଯେହେତୁ ସିଭିୟର ସାଇକ୍ଲୋନିକ ଷ୍ଟର୍ମ ରୂପେ ଏହା ଉପକୂଳ ଛୁଇଁବ ତେଣୁ ଏହାର ପ୍ରଭାବ ଓଡ଼ିଶା ଉପରେ ଅଧିକ ମାତ୍ରାରେ ଦେଖିବାକୁ ମିଳିପାରେ । ଅଥାର୍ତ ବାତ୍ୟା ଯେତେ ପାଖକୁ ଆସିବ ପାଗରେ ସେତିକି ପରିବର୍ତ୍ତନ ହେବ । ସବୁଠୁ ବଡ କଥା ହେଲା ବାତ୍ୟା ପ୍ରଭାବରେ ଆସନ୍ତା ୩ ତାରିଖରୁ ବର୍ଷା ଆରମ୍ଭ ହେବ । ଆଉ ୪ ତାରିଖରେ ଏହା ସ୍ଥଳଭାଗ ଛୁଇଁବାକୁ ଥିବା ବେଳେ ଏହି ସମୟରେ ପ୍ରବଳ ବର୍ଷାର ସମ୍ଭାବନା ରହଛି । ଦକ୍ଷିଣ ଓଡ଼ିଶା ଉପକୂଳରୁ ଜଗତସିଂହପୁର ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛନ୍ତି ଆଞ୍ଚଳିକ ପାଣିପାକ ନିର୍ଦ୍ଦେଶକ । ସେହିଭଳି ୫ ତାରିଖରେ ଦକ୍ଷିଣ ଓଡ଼ିଶାରେ ବର୍ଷାର ପରିମାଣ କମିବ । କିନ୍ତୁ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିବ । ତେବେ ୬ ତାରିଖରେ ବର୍ଷାର ପରିମାଣ କମିବା ସହ ପାଗରେ ପରିବର୍ତ୍ତନ ହେବ ।

Leave A Reply

Your email address will not be published.