ପ୍ରଥମ ଥର ପାଇଁ ସର୍ବସାଧାରଣରେ ନଜର ଆସିଲେ କ୍ରିକେଟର କେ.ଏଲ୍ ରାହୁଲ ଗର୍ଲଫ୍ରେଣ୍ଡ ଆଥିଆ ଶେଟ୍ଟୀ

ମୁମ୍ବାଇ ଡିସେମ୍ବର ୨ : ବଲିଉଡରେ ତଡପ ଫିଲ୍ମ ସହିତ ଡେବ୍ୟୁ କରୁଛନ୍ତି ସୁନୀଲ ଶେଟ୍ଟୀ ଏବଂ ମାନା ଶେଟ୍ଟୀଙ୍କ ପୁଅ ଅହାନ ଶେଟ୍ଟୀ। ଏହି ଫିଲ୍ମ ଶୁକ୍ରବାର ଦିନ ସିନେମାରେ ମୁକ୍ତିଲାଭ କରିବ। ଏହାପୂର୍ବରୁ ବୁଧବାର ରାତିରେ ମୁମ୍ବାଇର ସ୍ୱତନ୍ତ୍ର ଅତିଥିମାନଙ୍କ ପାଇଁ ଫିଲ୍ମର ସ୍କ୍ରିନିଂ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ବିଶେଷ ଅତିଥି ଉପସ୍ଥିତ ରହିଥିଲେ। ଏଥିରେ କ୍ରିକେଟର କେ.ଏଲ୍ ରାହୁଲଙ୍କ ସହ ଆଥିଆ ଶେଟ୍ଟି ମଧ୍ୟ ରହିଥିଲେ ।ଏହି ସ୍କ୍ରିନିଂ ପାଇଁ ରାହୁଲ ଆଥିଆ ଉଭୟଙ୍କ ହାତ ଧରି ପହଞ୍ଚିଥିଲେ ଏବଂ ଉଭୟଙ୍କ ଯୋଡି ଖୁବ୍ ଆକର୍ଶୀୟ ଲାଗୁଥିଲା । ଅତୀତରେ ସୋସିଆଲ ମିଡିଆରେ ପ୍ରଶଂସକମାନେ ଉଭୟଙ୍କୁ ଏକାଠି ଦେଖିଥିଲେ, କିନ୍ତୁ ଶେଟ୍ଟି ପରିବାରର ଏକ ଇଭେଣ୍ଟରେ କେ.ଏଲ୍ ରାହୁଲ ପ୍ରଥମ ଥର ପାଇଁ ସର୍ବସାଧାରଣରେ ଉପସ୍ଥିତ ହୋଇଥିଲେ ।ଏହି ସ୍ପେଷାଲ୍ ସ୍କ୍ରିନିଂରେ ଇଣ୍ଡଷ୍ଟ୍ରିର ସୁନିଏଲ ଶେଟ୍ଟୀଙ୍କ ଘନିଷ୍ଠ ବନ୍ଧୁମାନେ ଯୋଗ ଦେଇଥିଲେ । ଆୟୁଷ୍ ଶର୍ମାଙ୍କ ସହ ସଲମାନ ଖାନ ସ୍କ୍ରିନିଂରେ ପହଞ୍ଚିଥିଲେ। ଏମାନଙ୍କ ବ୍ୟତୀତ ହର୍ଷବର୍ଦ୍ଧନ କପୁର, ହିମେଶ ରେଶମିଆ, ନୀତେଶ ତିୱାରୀ, ଅଭିମନ୍ୟୁ ଦାସାନି, ସଂଗୀତା ବିଜଲାନି, କ୍ରିତି ଖରବନ୍ଦା, ଜାଏଦ ଖାନ, ଗୁଲଶାନ ଗ୍ରୋଭର, କାଜୋଲ, ଅର୍ଜୁନ ରାମପାଲ, ଦିଶା ପାଟନି, ସଞ୍ଜୟ କପୁର-ମହାରାଥ ଭକ୍ତ -ଗିନିଲିୟା ଡି’ସୁଜା, ଭାଗାଶ୍ରୀ, ଶାନୟା କପୁର, ଅନୁପମ ଖେର, ହାର୍ଦ୍ଦିକ ପାଣ୍ଡ୍ୟା, ଫାର୍ଦିନ୍ ଖାନ, ଗୌତମ ଗୁଲାଟି, ସୋହେଲ ଖାନ, ନିର୍ବାଣ ଖାନ ଏହି ସ୍କ୍ରିନିଂରେ ଯୋଗ ଦେଇଥିଲେ।

Leave A Reply

Your email address will not be published.