ମମିତା ମେହେର ହତ୍ୟା ମାମଲାକୁ ନେଇ ବିଧାନସଭାରେ ଅଚଳାବସ୍ତା ଜାରି

ଭୁବନେଶ୍ୱର, ଡିସେମ୍ବର ୩ : କଳାହାଣ୍ଡି ଜିଲା ମହାଲିଙ୍ଗ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାକୁ ନେଇ ବିଧାନସଭାରେ ଅଚଳାବସ୍ତା ଲାଗି ରହିଛି । ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଇସ୍ତଫା ଏବଂ ସିବିଆଇକୁ ଏହି ଘଟଣାର ତଦନ୍ତ ଦିଆଯାଉ ନଚେତ୍ ଗୃହ ଚଳାଇ ଦେବୁନାହିଁ । ତୃତୀୟ ଦିନରେ ମଧ୍ୟ ସମାନ ଦାବିରେ ଆଡି ବସିଛନ୍ତି ବିରୋଧୀ ବିଜେପି ଏବଂ କଂଗ୍ରେସ । ଆଜି ଗୃହ କାର୍ଯ୍ୟ ଆରମ୍ଭରୁ ବିରୋଧୀ ମାନେ ଫ୍ଲାକାର୍ଡ ଧରି ବାଚସ୍ପତିଙ୍କ ପୋଡିୟମ ପାଖରେ ଯାଇ ପ୍ରଦର୍ଶନ କରିଥିଲେ । ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳକୁ ଦେଖି ବାଚସ୍ପତି ଗୃହକୁ ସାଢେ ୧୧ ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି । ଗୃହ ମୁଲତବି ଘୋଷଣା ହେବା ପରେ ବିଜେପି ବିଧାୟକ ମାନେ ବିଧାନସଭା ବାହାରେ ଆସି ବିକ୍ଷପଭ ପ୍ରଦର୍ଶନ କରିଛନ୍ତି। ବିଜେପି ମୁଖ ସଚେତକ ମୋହନ ମାଝୀ କହିଛନ୍ତି ଯେ ମମିତା ମେହେର ହତ୍ୟଅ କାଣ୍ଡରେ ଜଡିତ ଥିବା ମନ୍ତ୍ରୀ ଦିବ୍ୟଶଙ୍କ ମିଶ୍ରଙ୍କ ବହିସ୍କାର ଏବଂ ସିବିଆଇ ଦାବିରେ ବିଜେପି ପକ୍ଷରୁ ଅଭିନବ ପ୍ରତିବାଦ କରାଯିବ । ଦିବ୍ୟଶଙ୍କରଙ୍କୁ ବହିସ୍କାର ନକରିବା ଯାଏଁ ପ୍ରତିବାଦ ଜାରି ରହିବ । ମନ୍ତ୍ରୀ ଗୃହକୁ ପ୍ରବେଶ କରିଥିବାରୁ ଗୃହ ଅପବିତ୍ର ହୋଇଛି ବୋଲି କହିଛନ୍ତି ମୋହନ ମାଝି । ଗୃହକୁ ପବିତ୍ରତା ଆଣିବା ପାଇଁ ବିଜପି ପକ୍ଷରୁ ଗୋବର ପାଣି ଏବଂ ଗଙ୍ଗାପାଣି ପକାଯାଇଛି । ଗତ ୨ଦିନ ହେବ ବିଧାନସଭା ହୁଲସ୍ତୁଲ୍ ହେଉଛି । ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଇସ୍ତଫା ଏବଂ ସିବିଆଇକୁ ଏହି ଘଟଣାର ତଦନ୍ତ ଦାବିରେ ବିରୋଧୀ ଅଡ଼ି ବସିଥିବାବେଳେ ସରକାର ସେମାନଙ୍କ ଦାବି ଆଗରେ ମୁଣ୍ଡ ନୁଆଁଇବାକୁ ପ୍ରସ୍ତୁତ ନାହାନ୍ତି । ଫଳରେ ଗୃହ ସ୍ଵାଭାବିକ ହୋଇପାରୁ ନାହିଁ । 

Leave A Reply

Your email address will not be published.