ପ୍ଲେସମେଣ୍ଟର ପ୍ରଥମ ଦିନ ୪ ଛାତ୍ରଙ୍କୁ ମିଳିଲା ୨ କୋଟିରୁ ଅଧିକ ଟଙ୍କାର ପ୍ୟାକେଜ୍‌

ନୂଆଦିଲ୍ଲୀ, ଡିସେମ୍ବର ୦୩ : ଦେଶର ବିଭିନ୍ନ ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଆଇଆଇଟି)ରେ ପ୍ଲେସମେଣ୍ଟ ଅଭିଯାନ ଡିସେମ୍ବର ୨ ତାରିଖ ଠାରୁ ଆରମ୍ଭ ହୋଇଯାଇଛି। ଅନେକ ଛାତ୍ରଛାତ୍ରୀଙ୍କୁ ୧ କୋଟିରୁ ଅଧିକ ଟଙ୍କାର ବାର୍ଷିକ ପ୍ୟାକେଜ୍‌ ମିଳିଛି। ଆଇଆଇଟି ଦିଲ୍ଲୀରେ ଅତି କମ୍‌ରେ ୬୦ ଛାତ୍ରଛାତ୍ରୀଙ୍କୁ ଏକ କୋଟି ଟଙ୍କାର ପ୍ୟାକେଜ୍‌ ମିଳିଛି।  ଆଇଆଇଟି ଋରୁକୀର ଜଣେ ଛାତ୍ରଙ୍କୁ ଅନ୍ତର୍ଜାତୀୟ କଂପାନୀରେ ୨.୧୫ କୋଟି ଟଙ୍କାର ବାର୍ଷିକ ପ୍ୟାକେଜ୍‌ ମିଳିଛି। ଏହ ପ୍ରକାର ଆଇଆଇଟି ବମ୍ବେର ଜଣେ ଛାତ୍ରକୁ ମଧ୍ୟ ଉବର କଂପାନୀ ପାଖାପାଖି ୨.୫ କୋଟି ଟଙ୍କାର ବାର୍ଷିକ ପ୍ୟାକେଜ ଦେଇଛି। ଆଇଆଇଟି ଗୁଆହାଟୀର ଜଣେ ଛାତ୍ରକୁ ୨ କୋଟି ଟଙ୍କାର ପ୍ରତିବର୍ଷ ପ୍ୟାକେଜ ମିଳିଥିବା ବେଳେ ବାରାଣସୀସ୍ଥିତ ଆଇଆଇଟି (ବିଏଚ୍‌ୟୁ)ର ୫ ଜଣ ଛାତ୍ରଙ୍କୁ ଉବର ଚାକିରୀ ପାଇଁ ପ୍ରସ୍ତାବ ଦେଇଛି। ଏହି ୫ ଜଣଙ୍କ ମଧ୍ୟରୁ ଜଣକୁ କଂପାନୀର ଆମେରିକାସ୍ଥିତ କାର୍ଯ୍ୟାଳୟରେ କାମ କରିବାକୁ ପ୍ରସ୍ତାବ ମିଳିଛି। ଏହି ଛାତ୍ରଙ୍କୁ କଂପାନୀ ବାର୍ଷିକ ୨ କୋଟି ଟଙ୍କା ଦରମା ଦେବ। ମୋଟ ୫୫ଟି କଂପାନୀ ଆଇଆଇଟି ବିଏଚୟୁର ଛାତ୍ରଙ୍କୁ ୨୩୨ ଅଫର ଲେଟର ପ୍ରଦାନ କରିଛନ୍ତି। ଏଥିରେ ହାରାହାରି ୩୨.୮୯ ଲକ୍ଷ ଟଙ୍କା ଏବଂ ସର୍ବନିମ୍ନ ୧୨ ଲକ୍ଷ ଟଙ୍କା ବାର୍ଷିକ ଦରମାର ପ୍ୟାକେଜ ମିଳିଛି। ଆଇଆଇଟି ମାଡ୍ରାସ ପକ୍ଷରୁ କୁହାଯାଇଛି ଯେ, ପ୍ଲେସମେଣ୍ଟର ପ୍ରଥମ ଦିନରେ ୪୩ ପ୍ରତିଶତ ଅଧିକ ପ୍ରସ୍ତାବ ଆସିଛି। ପ୍ରଥମ ଦିନରେ ୩୪ଟି କଂପାନୀ ୧୭୬ ପ୍ୟାକେଜ ଦିଆଯାଇଛି, ଯାହା କି ପ୍ରଥମ ଦିନରେ ଆସିଥିବା ଚାକିରି ପ୍ରସ୍ତାବ ସଂଖ୍ୟା ସର୍ବାଧିକ।

Leave A Reply

Your email address will not be published.