ବିଧାନସଭା ଶୀତକାଳିନ ଅଧିବେଶନର ଆଜି ତୃତୀୟ ଦିନ

ଭୁବନେଶ୍ୱର, ଡିସେମ୍ବର ୩ : କଳାହାଣ୍ଡି ଜିଲା ମହାଲିଙ୍ଗ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାକୁ ନେଇ ଗତ ୨ଦିନ ହେବ ବିଧାନସଭା ହୁଲସ୍ତୁଲ୍ ହେଉଛି । ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଇସ୍ତଫା ଏବଂ ସିବିଆଇକୁ ଏହି ଘଟଣାର ତଦନ୍ତ ଦିଆଯାଉ ନଚେତ୍ ଗୃହ ଚଳାଇ ଦେବୁନାହିଁ । ଏଭଳି ଜିଦ୍‌ରେ ବିରୋଧୀ ଅଡ଼ି ବସିଥିବାବେଳେ ସରକାର ସେମାନଙ୍କ ଦାବି ଆଗରେ ମୁଣ୍ଡ ନୁଆଁଇବାକୁ ପ୍ରସ୍ତୁତ ନାହାନ୍ତି । ଫଳରେ ଗୃହ ସ୍ଵାଭାବିକ ହୋଇପାରୁ ନାହିଁ । ଆଶା କରାଯାଉଥିବା ପରି, ବିରୋଧୀ ବିଜେପି,କଂଗ୍ରେସ ବିଧାୟକମାନେ ବିଧାନସଭାରେ ଝଡ଼ତୋଫାନରେ ଆରମ୍ଭ ହୋଇଥିଲା। ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳକୁ ନେଇ ବିଧାନସଭା ଦ୍ଵିତୀୟ ଦିନ ଅଚଳ ହୋଇଯାଇଛି । ମାତ୍ର ଅଧ ମିନିଟ ୨୪ ବାଚସ୍ପତି ଗୃହକୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ମୂଲତବୀ କରିଥିଲେ । 

gpkandhamal

ବାଚସ୍ପତି ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ବିରୋଧୀ ସଦସ୍ୟଙ୍କୁ ଅନୁରୋଧ କରିଥିଲେ । ହଟ୍ଟଗୋଳ ମଧ୍ୟରେ ବାଚସ୍ପତି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଚେଷ୍ଟା କରି ବିଫଳ ହେବାରୁ ବାଧ୍ୟ ହୋଇ ପ୍ରଥମେ ମାତ୍ର ଅଧମିନିଟ ପରେ ଅପରାହ୍ନ ୪ଟା ଯାଏ ମୁଲତବୀ ଘୋଷଣା କରି ଦେଇଥିଲେ । ଅପରାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ବିରୋଧୀ ହଙ୍ଗାମା କରିଥିଲେ । ଭାଜପା ସଦସ୍ୟମାନେ କଳାଗାମୁଛା ଦେଖାଇବାବେଳେ କଂଗ୍ରେସ ସଦସ୍ୟମାନେ ବ୍ୟାନର ଧରି ପ୍ରତିବାଦ କରିଥିଲେ । ପାଟିତୁଣ୍ଡ ମଧ୍ୟରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମେତ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ , ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ , ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ପ୍ରମୁଖ ନିଜ ବିଭାଗର ଦସ୍ତାବିଜ ବିଧାନସଭାରେ ଉପସ୍ଥାପନ କରିଥିଲେ ।

Umasankar Adv
Leave A Reply

Your email address will not be published.