କାର୍‌ରୁ ଜବତ ହେଲା ୧୨ ଲକ୍ଷ ଟଙ୍କାର ଗଞ୍ଜେଇ, ୨ ଗିରଫ

ମୋହନା, ଡିସେମ୍ବର ୩ : ରାଜ୍ୟରେ ଥମିବାର ନା ଧରୁନି ଗଞ୍ଜେଇ ଚୋରାଚାଲାଣ । ଗୋଟିଏ ପଟେ ପୋଲିସ ପକ୍ଷରୁ ଗଞ୍ଜେଇ ଚାଷ ରୋକିବାକୁ ଅପରେସନ ଗ୍ରୀନ୍ କ୍ଲିନ୍ ଜାରି ରଖିଥିବା ବେଳେ ଅନ୍ୟପଟେ ପ୍ରତିଦିନ ଚୋରା ଚାଲାଣ ହେଉଛି ଗଞ୍ଜେଇ । ବିଳମ୍ବିତ ରାତିରେ ମୋହନା ପୋଲିସ ଚଢାଉ କରି ଏକ କାର ସହ ୧୧୫ କେଜି ଗଞ୍ଜେଇ ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ୧୨ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି । ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି ।  ତେବେ ଗିରଫ ୨ ଜଣ ହେଲେ କପାଖାଲ ଗାଁର ରାଜମୋହନ ଗମାଙ୍ଗ ଓ ଘୋଡାପଦର ଗାଁର ଉସାୟ ମଣ୍ଡଳ । ଏହି ଗଞ୍ଜେଇ ବାହାରକୁ ଚାଲାଣ ହେଉଥିବା ଜଣାପଡିଛି । ସେହିପରି ଗୁରୁବାର ମୋହନା ଥାନା ବିଜିପୁର ଗାଁ ନିକଟରେ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା ।  ଏହି ଚଢାଉରେ ପ୍ରାୟ ୧୦୦ ଏକର ଗଞ୍ଜେଇ ଚାଷ ନଷ୍ଟ କରିଛନ୍ତି । ନଷ୍ଟ କରାଯାଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୦ କୋଟି ଟଙ୍କାରୁ ଅଧିକ ହେବ ବୋଲି ପୋଲିସ ସୂଚନା ଦେଇଛି । 

Leave A Reply

Your email address will not be published.