ଆଜି ଆସିବେ ଋଷିଆର ରାଷ୍ଟ୍ରପତି

ନୂଆଦିଲ୍ଲୀ, ଡିସେମ୍ବର ୦୬ : ଋଷିଆର ରାଷ୍ଟ୍ରପତି ଭ୍ଲାଦମୀର ପୁତିନ ଆଜି ଭାରତ ଗସ୍ତରେ ଆସୁଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏସ୍‌-୪୦୦ ବାୟୁ ରକ୍ଷା ପ୍ରଣାଳୀ ମଡେଲ ଉପହାର ଦେବେ। ପୁତିନ ୨୧ତମ ଭାରତ-ଋଷିଆ ବାର୍ଷିକ ସମ୍ମିଳନୀରେ ଅଂଶଗ୍ରହଣ କରିବାକୁ ଭାରତ ଆସୁଛନ୍ତି। ଏହି ସମ୍ମିଳୀନ ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀରେ ଆୟୋଜନ କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ଆୟୋଜନ ହେବାକୁ ଥିବା ସମ୍ମିଳନୀରେ ଋଷିଆର ରାଷ୍ଟ୍ରପତି ଭ୍ଲାଦମୀର ପୁତିନ ମଧ୍ୟ ସାମିଲ ରହିବ‌େ। ସୂଚନାଯୋଗ୍ୟ, ୨୦୧୯ରେ ବ୍ରାସିଲିଆରେ ବ୍ରିକ୍ସ ବୈଠକ ପରେ ଋଷିଆର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମଧ୍ୟରେ ଏହା ହେବ ପ୍ରଥମ ସାକ୍ଷାତ। ଏହି ସମ୍ମିଳନୀରେ ପ୍ରତିରକ୍ଷା ମାମଲା ସହିତ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ। ବିଶ୍ବସ୍ତ ସୂତ୍ରରୁ ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ ଏକେ-୨୦୩ ଏସଲ୍ଟ ରାଇଫଲ କିଣିବା ମୁଖ୍ୟ ଆକର୍ଷଣ ହେବ। ଏକେ-୨୦୩ ରାଇଫଲ ମେକ୍‌ ଇନ୍‌ ଇଣ୍ଡିଆ କାର୍ଯ୍ୟକ୍ରମ ଅନୁସାରେ ଉତ୍ତର ପ୍ରଦେଶର ଏକ ନୂଆ କାରଖାନାରେ ଏହାକୁ ପ୍ରସ୍ତୁତ କରାଯିବ। ଉଭୟ ଦେଶ ରାଇଫଲର ସଂଖ୍ୟା, ଦର ଏବଂ ନିର୍ମାଣ ପ୍ରକ୍ରିୟାର କିଣିବା ସର୍ତ୍ତ ଉପରେ ସହମତି ଦେଇଛନ୍ତି। ଏହା ପରେ ୧୦ ବର୍ଷ ପର୍ଯ୍ୟନ୍ତ ଭାରତ ସଶସ୍ତ୍ର ବଳ ଲାଗି ଏକେ-୨୦୩ଏସ୍‌ ମଡେଲର ୬୦,୧୪,୪୨୭ ରାଇଫଲର ନିର୍ମାଣ କରାଯିବ। 

Leave A Reply

Your email address will not be published.