ଉତ୍ତର ଭାରତରେ ଆଗାମୀ ୨ ଦିନ ପର୍ଯ୍ୟନ୍ତ ତୁଷାରପାତ

ନୂଆଦିଲ୍ଲୀ, ଡିସେମ୍ବର ୦୬: ଜଳବାୟୁ ପରିବର୍ତ୍ତନ ଯୋଗୁଁ ପାଗ ମଧ୍ୟ ବଦଳୁଛି। ଡିସେମ୍ବର ମାସ ଆଗକୁ ବଢୁଥିବା ବେଳେ ପୂରା ଉତ୍ତର ଭାରତରେ ପାଗ ବଦଳୁଛି। ସାମୁଦ୍ରିକ ଝଡ଼ ‘ଜୱାଦ’ ଦୁର୍ବଳ ହୋଇଥିବା ବେଳେ ଭାରତୀୟ ପାଣିପାଗ ବିଭାଗ ଜଳବାୟୁ ପରିବର୍ତ୍ତନ ନେଇ ସୂଚନା ଦେଇଛି। ଆଇଏମ୍‌ଡି ଅନୁସାରେ ହିମାଚଳ ପ୍ରଦେଶରେ ଏକ ପଶ୍ଚିମ ବିକ୍ଷୋଭ ସୃଷ୍ଟି ହୋଇଛି। ପୂର୍ବୋତ୍ତର ଆରବ ସାଗରରେ ଏକ ସର୍କ୍ୟୁଲେଶନ ହୋଇଛି, ଯାହାର କାରଣ ପାଣିପାଗରେ ଖୁବ ଶୀଘ୍ର ପରିବର୍ତ୍ତନ ହୋଇପାରେ। ପାଣିପାଗରେ ପରିବର୍ତ୍ତନ ହେବା କାରଣରୁ ଜମ୍ମୁ କଶ୍ମୀର ସମେତ ଅନ୍ୟ ପାର୍ବତ୍ୟାଞ୍ଚଳରେ ଆଗାମୀ ୨ ଦିନ ଅର୍ଥାତ ସୋମବାର ଓ ମଙ୍ଗଳବାର ତୁଷାରପାତ ହୋଇପାରେ। କିନ୍ତୁ ଉତ୍ତର ଭାରତର ସ୍ଥଳଭାଗରେ ବର୍ଷା ହୋଇପାରେ। ଦିଲ୍ଲୀ ରବିବାର ରାତିରେ ହୋଇଥିବା ବର୍ଷା ସୂଚନା ଦେଉଛି ଯେ, ଉତ୍ତର ଭାରତରେ ଶୀତ ବଢ଼ିପାରେ। 

Leave A Reply

Your email address will not be published.