ଇସ୍‌ଲାମ୍‌ ଛାଡ଼ି ହିନ୍ଦୁ ହେବେ ୱାସିମ୍‌ ରିଜଭୀ

ଲଖନଉ, ଡିସେମ୍ବର ୦୬ : ଶିୟା ସେଣ୍ଟ୍ରାଲ ବୋର୍ଡର ପୂର୍ବତନ ଅଧ୍ୟକ୍ଷ ୱାସିମ୍‌ ରିଜଭୀ ଇସଲାମ ଛାଡି ହିନ୍ଦୁ ଧର୍ମ ଗ୍ରହଣ କରିବାକୁ ଯାଉଛନ୍ତି। ତାଙ୍କୁ ହାସନା ଦେବୀ ମନ୍ଦିରର ମହନ୍ତ ଯତି ନରସିଂହାନନ୍ଦ ମହାରାଜ ସନାତନ ଧର୍ମ ଗ୍ରହଣ କରାଇବେ। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ରିଜଭୀ ଆଜି ପୂର୍ବାହ୍ନ ସାଢ଼େ ୧୦ଟାରେ ଗାଜିଆବାଦସ୍ଥିତ ଡାସନା ଦେବୀ ମନ୍ଦିର ପରିସରରେ ହିନ୍ଦୁ ଧର୍ମ ଗ୍ରହଣ କରିବେ। ଯତି ନରସିଂହାନନ୍ଦ ଗିରି ମହାରାଜ ପୂର ରୀତିନୀତିରେ ତାଙ୍କୁ ହିନ୍ଦୁ ଧର୍ମ ଗ୍ରହଣ କରାଇବେ। ୱାସିମ୍‌ ରିଜଭୀ କିଛି ଦିନ ପୂର୍ବରୁ ଏନେଇ ଘୋଷଣା କରିଥିଲେ। ସେ ଘୋଷଣା କରିଥିଲେ ଯେ, ମୃତ୍ୟୁ ପରେ ତାଙ୍କୁ ହିନ୍ଦୁ ରୀତି ନୀତି ଅନୁସାରେ ଅନ୍ତିମ ସଂସ୍କାର କରାଯାଉ। ସେ କହିଥିଲେ କି ଯଦି ନରସିଂହାନନ୍ଦ ତାଙ୍କର ଚିତାଙ୍କୁ ଅଗ୍ନି ଦିଅନ୍ତୁ। ରିଜଭୀ ଏକ ଭିଡିଓ ଜାରି କରି କହିଥିଲେ ଯେ, ମୋତେ ହତ୍ୟା ଓ ଗଳା କାଟିବାକୁ ଷଡ଼ଯନ୍ତ୍ର ଚାଲିଛି। ମୁସଲମାନ ମାନେ ମୋତେ ହତ୍ୟା କରିବାକୁ ଚାହୁଁଛନ୍ତି। ମୋତେ କୌଣସି କବ୍ରିସ୍ତାନରେ ଜାଗା ଦେବେ ନାହିଁ। ଏଥି ପାଇଁ ମୃତ୍ୟୁ ପରେ ମୋର ଶରୀରକୁ ଅନ୍ତିମ ସଂସ୍କାର ଦିଆଯାଉ। 

Leave A Reply

Your email address will not be published.