ଜ୍ୟାକଲିନ୍‌ଙ୍କ ବିଦେଶ ଗସ୍ତରେ ଲାଗିଲା ରୋକ୍‌

ମୁମ୍ବାଇ, ଡିସେମ୍ବର ୬ : ମୁମ୍ବାଇ ବିମାନବନ୍ଦରରୁ ଘରକୁ ଫେରିଲେ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍ । ବିମାନବନ୍ଦରରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଅଟକ ରଖିଲା । ସେ ଦୁବାଇରେ ଏକ ଶୋରେ ଯୋଗ ଦେବାକୁ ଯାଉଥିଲେ । ତେବେ ସୁକେଶ ଚନ୍ଦ୍ରଶେଖରଙ୍କ ସହ ତାଙ୍କର ଲିଙ୍କ ଥିବା ଜଣାପଡିବା ପରେ ତାଙ୍କୁ ଅଟକ ରଖାଯାଇଛି । ପୂର୍ବରୁ ଜ୍ୟାକଲିନଙ୍କ ବିରୋଧରେ ନୋଟିସ୍ ଜାରି କରାଯାଇଥିଲା ।  ତେବେ ସେ ଦୁବାଇ ଯିବା ପାଇଁ ବିମାନବନ୍ଦରରେ ପ୍ରସ୍ତୁତ ହେଉଥିବା ବେଳେ ତାଙ୍କୁ ଜଣେ ଅଧିକାରୀ ଅଟକାଇଥିଲେ । ତାଙ୍କ ବିରୋଧରେ ଇଡି ପକ୍ଷରୁ ଲୁକ ଆଉଟ ନୋଟିସ ଜାରି କରାଯାଇଥିବା ସୂଚନା ମିଳିଛି । ଏହାସହିତ ସମ୍ପୃକ୍ତ ଅଧିକାରୀ ଜଣକ ଇଡିକୁ ସୂଚନା ଦେଇଥିଲେ । ଇଡି ଅଧିକାରୀମାନେ ପହଞ୍ଚି ତାଙ୍କୁ ସେଠାରୁ ଘରକୁ ଫେରାଇ ଦେଇଛନ୍ତି ।  ୨୦୦ କୋଟି ଟଙ୍କାର ମନି ଲଣ୍ଡରିଂ ମାମଲାରେ ଚନ୍ଦ୍ରଶେଖର ଓ ଅନ୍ୟମାନଙ୍କ ବିରୋଧରେ ଇଡି ପକ୍ଷରୁ ଦିଲ୍ଲୀ କୋର୍ଟରେ ଚାର୍ଜସିଟ୍ ଦାଖଲ ହୋଇଛି । ତିହାର ଜେଲରେ ଥିବା ବେଳେ ଜଣେ ବ୍ୟବସାୟୀଙ୍କ ପତ୍ନୀଙ୍କ ଠାରୁ ଚନ୍ଦ୍ରଶେଖର ୨୦୦ କୋଟି ଟଙ୍କା ଠକି ନେଇଥିବାର ଅଭିଯୋଗ ହୋଇଛି । ଚନ୍ଦ୍ରଶେଖରଙ୍କ ସହିତ ଜ୍ୟାକଲିନଙ୍କ ଆର୍ଥିକ କାରବାର ହୋଇଥିବାର ଇଡି ତଦନ୍ତରୁ ଜାଣିବାକୁ ପାଇଥିଲା ।

Leave A Reply

Your email address will not be published.