ଏବେବି ଜାରି ରହିଛି ଜୱାଦ ର ପ୍ରଭାବ

ଭୁବନେଶ୍ୱର, ଡିସେମ୍ବର ୫ : ଦୁର୍ବଳ ହୋଇ ପଶ୍ଚିମବଙ୍ଗ ଆଡେ ମୁହାଁଉଛି ବାତ୍ୟା ଜୱାଦ । ଆଜି ଅପରାହ୍ନ ସୁଦ୍ଧା ଗଭୀର ଅବପାତ ରୂପରେ ରହିଥିବା ଜୱାଦ ଏବେ ଅବପାତରେ ପରିଣତ ହୋଇଛି । ମାତ୍ର ଏବେବି ଓଡ଼ିଶା ଉପକୂଳରେ ଜାରି ରହିଛି ବାତ୍ୟା ଜୱାଦର ପ୍ରଭାବ । ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି । ଯାହାକୁ ନେଇ ରାଜ୍ୟରେ ଆସନ୍ତାକାଲଇ ସକାଳ ପର୍ଯ୍ୟନ୍ତ ବର୍ଷା ୱାଣ୍ଣିଂ ଜାରି କରାଯାଇଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କାଲି ସକାଳ ୮.୩୦ ପର୍ଯ୍ୟନ୍ତ ୯ଟି ଜିଲ୍ଲାକୁ ଅରେଞ୍ଜ ଓ ୫ ଜିଲ୍ଲାକୁ ୟେଲୋ ୱାଣ୍ଣିଂ ଜାରି ହୋଇଛି । ପୁରୀ, କଟକ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ଯାଯପୁର, ବାଲେଶ୍ୱର, ଭଦ୍ରକ୍ ଓ ମୟୂରଭଞ୍ଜ ଭଳି ୯ଟି ଜିଲ୍ଲାକୁ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ଅରେଞ୍ଜ ୱାଣ୍ଣିଂ ଜାରି କରାଯାଇଛି । ଅନ୍ୟପଟେ ଗଞ୍ଜାମ, ନୟାଗଡ଼, କେନ୍ଦୁଝର, ଅନୁଗୁଳ ଓ ଢେଙ୍କାନାଳ ଆଦି ୫ଟି ଜିଲ୍ଲାକୁୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାଣ୍ଣିଂ ଜାରି କରାଯାଇଛି ।

Leave A Reply

Your email address will not be published.