ବ୍ରିଟେନ୍‌-ଫ୍ରାନ୍ସରେ ବ୍ୟାପୁଛି କରୋନା, ୨୪ ଘଣ୍ଟାରେ ୮୫ ହଜାର ଲୋକ ସଂକ୍ରମିତ

ୱାଶିଂଟନ୍‌, ଡିସେମ୍ବର ୦୬ : କରୋନ ଭାଇରସ ମହାମାରୀ ବିଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାରେ ହ୍ରାସ ପାଇଥିବା ବେଳେ ବ୍ରିଟେନ୍‌ ଓ ଫ୍ରାନ୍ସରେ ନିୟନ୍ତ୍ରିତ ହୋଇପାରି ନାହିଁ। ଆମେରିକାରେ ଗତ ୨୪ ଘଣ୍ଟା ମଧ୍ୟରେ ୨୬ ହଜାର ୬୬୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ୧୮ ହଜାର ୭୫୪ ଆକ୍ରାନ୍ତ ସୁସ୍ଥ ହୋଇଥିଲା ବେଳେ ୧୪୦ ଜଣଙ୍କର ମୃତ୍ୟୁ ହୋଇଛି। ବିଗତ ସପ୍ତାହ ମଧ୍ୟରେ ଆମେରିକାରେ ସଂକ୍ରମଣ ବଢ଼ିଛି।  ଆମେରିକାରେ ଏଯାଏଁ ୪ କୋଟି ୯୯ ଲକ୍ଷ ୬୧ ହଜାର ୪୫୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୩ କୋଟି ୯୫ ଲକ୍ଷ ୧୬ ହଜାର ୮୬୫ ଜଣ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି। ଏପର୍ଯ୍ୟନ୍ତ ୮ ଲକ୍ଷ ୮ ହଜାର ୭୪୮ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେ‌ଳେ ୯୬ ଲକ୍ଷ ୩୫ ହଜାର ୮୪୫ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ଏଥିରୁ ୧୩ ହଜାର ୭୭୮ ଜଣଙ୍କର ଅବସ୍ଥା ଗୁରୁତର ରହିଛି।   ବ୍ରିଟେନ୍‌ରେ ବିଗତ ୨୪ ଘଣ୍ଟା ମଧ୍ୟରେ ୪୩ ହଜାର ୯୯୨ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୩୨ ହଜାର ୪୯୫ ଜଣ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି। ୫୪ ଜଣଙ୍କର ମୃତ୍ୟୁ ହୋଇଛି। ଦେଶରେ ଏବେ କୋଟିଏ ୪ ଲକ୍ଷ ୬୪ ହଜାର ୩୮୯ ଜଣ କରୋନା ଚିହ୍ନଟ ହୋଇସାରିଥିବା ବେଳେ ଏଥିରୁ ୯୨ ଲକ୍ଷ ୨୦ ହଜାର ୬୨୬ ଜଣ ସୁସ୍ଥ ହୋଇସାରିଛନ୍ତି। କିନ୍ତୁ ୧୦ ଲକ୍ଷ ୧୭ ଜହାର ୯୨୯ ଜଣଙ୍କର ଚିକିତ୍ସା ଜାରି ରହିଛି।  ଫ୍ରାନ୍ସରେ ମଧ୍ୟ ଗତ ୨୪ ଘଣ୍ଟା ମଧ୍ୟରେ ୪୨ ହଜାର ୨୫୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୨୪ ହଜାର ୨୭୮ ଜଣ ସୁସ୍ଥ ହୋଇଥିଲା ବେଳେ ୨୯ ଜଣଙ୍କର ମୃତ୍ୟୁ ହୋଇଛି। ଏବେ ଫ୍ରାନ୍ସରେ ୬ ଲକ୍ଷ ୨୬ ହଜାର ୩୪୯ ଜଣଙ୍କର ଚିକିତ୍ସା ଜାରି ଥିବା ବେଳେ ଏଥିରୁ ୨,୦୬୬ ଜଣଙ୍କର ଅବସ୍ଥା ସଂକଟାପନ୍ନ ରହିଛି। 

Leave A Reply

Your email address will not be published.