କ୍ରିଡ଼ା ପ୍ରତିଯୋଗିତା ଆୟୋଜନ କରିବାକୁ ବିଜେପି ସାଂସଦ ମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,ଡିସେମ୍ବର ୭: କ୍ରିଡ଼ା ପ୍ରତିଯୋଗିତା ଆୟୋଜନ କରିବାକୁ ବିଜେପି ସାଂସଦ ମାନଙ୍କୁ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଜେପି ସଂସଦୀୟ କମିଟି ବୈଠକରେ ପ୍ରଧାନମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଥିବା ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶି । ଆଜି ବିଜେପିର ସଂସଦୀୟ ବୈଠକରେ ପ୍ରଧାନମନ୍ତ୍ରୀ ସାଂସଦ ମାନଙ୍କୁ କହିଛନ୍ତି ଯେ ସେମାନେ ସୁର୍ଯ୍ୟ ନମସ୍କାର ଭଳି ପ୍ରତିଯୋଗିତା ଅନୁଷ୍ଠିତ କରି ଯୁବକମାନଙ୍କୁ ସେମାନଙ୍କର ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେବାକୁ ଉତ୍ସାହିତ କରନ୍ତୁ। ଏହା ସହିତ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସମାଜ ପ୍ରତି ଉତ୍ସର୍ଗିକୃତ କାର୍ଯ୍ୟ କରି କେନ୍ଦ୍ର ସରକାରଙ୍କ ଦ୍ୱାରା ପଦ୍ମ ପୁରସ୍କୃତ ହୋଇଥିବା ବ୍ୟକ୍ତି ମାନଙ୍କୁ ନେଇ ମଧ୍ୟ ସଂସଦମାନେ କାର୍ଯ୍ୟକ୍ରମ ଅନୁଷ୍ଠିତ କରନ୍ତୁ ଏହା ଦ୍ୱାରା ଯୁବ ପିଡି ଅନୁପ୍ରାଣିତ ହେବେ । ବିଜପି ସଂସଦୀୟ କମିଟିର ସଦସ୍ୟ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟତିତ ଏହି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା,ପିୟୁଷ ଗୋୟେଲ,ଏସ ଜୟଶଙ୍କର,ପ୍ରହଲାଦ ଯୋଷି,ଜିତେନ୍ଦ୍ର ସିଂ ଏବଂ ବିଜେପି ରାଷ୍ଟ୍ରିୟ ସଭାପତି ଜେପି ନଡ୍ଡା ଉପସ୍ଥିତ ଥିଲେ ।

Leave A Reply

Your email address will not be published.