ରାଜ୍ୟରେ ବଢୁଛି ହାତୀ ମୃତ୍ୟୁ

ଭୁବନେଶ୍ୱର, ଡିସେମ୍ବର ୭ : ରାଜ୍ୟରେ ବଢିଚାଲିଛି ହାତୀ ମୃତ୍ୟୁ ସଂଖ୍ୟା । ଗତ ୫ ବର୍ଷରେ ପ୍ରାଣ ହରାଇଲେଣି ୪୦୬ ହାତୀ । ତେବେ ଏମାନଙ୍କ ମଧ୍ୟରୁ ସର୍ବାଧିକ ହାତୀ ଟ୍ରେନ୍ ଧକ୍କାରେ ପ୍ରାଣ ହରାଇଥିବା ସୂଚନା ମିଳିଛି। ସର୍ବାଧିକ ୧୬୨ଟି ହାତୀ ରାଜ୍ୟରେ ଗତ ୫ବର୍ଷ ମଧ୍ୟରେ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ଅନ୍ୟପଟେ ରାସ୍ତା ଦୁର୍ଘଟଣାରେ ୪ଟି, ବିଦ୍ୟୁତ୍ ଆଘାତରେ ୫୪ ଟି, ଶିକାରୀ ମାନଙ୍କ ଦ୍ୱାରା ୧୧ଟି, ଅନ୍ୟାନ କାରଣରୁ ରାଜ୍ୟରେ ୯୦ ହାତୀଙ୍କର ମୃତ୍ୟୁ ହୋଇଥିବା ଆଜି ବିଧାନସଭାରେ ଉତ୍ତର ଦେଇଛନ୍ତି ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ପ୍ରଶ୍ନ ଏହି ଉତ୍ତର ରଖିଛନ୍ତି ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ।

Leave A Reply

Your email address will not be published.