ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ, ଡିସେମ୍ବର ୮ : ତାମିଲନାଡୁ କୁନ୍ନୁରରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରରେ ସିଡିଏସ୍ ବିପିନ ରାୱତ ଏବଂ ତାଙ୍କ ପତ୍ନୀ ଓ ପରିବାର ସଦସ୍ୟ ଥିବା ସୂଚନା ମିଳିଛି ।  ତେବେ ସିଡିଏସ୍‌ଙ୍କ ସହିତ ସେନାର ଆଉ କିଛି ଅଧିକାରୀ ଥିବା ସୂଚନା ମିଳିଛି । ସିଡିଏସ୍‌ଙ୍କ ପରିବାର ସହିତ ବରିଷ୍ଠ ଅଧିକାରୀ ଥିଲେ । ତେବେ ଏହି ହେଲିକପ୍ଟରରେ ମୋଟ୍ ୧୪ ଜଣ ଥିବା ସୂଚନା ମିଳିଛି ।  ୩ ଜଣଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇଥିବା ଜଣାପଡିଛି । ସମସ୍ତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ଅନ୍ୟମାନଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Leave A Reply

Your email address will not be published.