ସର୍ବ ଦଳୀୟ ବୈଠକ ବିଫଳ, ପୁଣି ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ ଘୋଷଣା

ଭୁବନେଶ୍ୱର, ଡିସେମ୍ବର : ସପ୍ତମ ଦିନରେ ଅଚଳ ବିଧାନସଭା । ଆରମ୍ଭ ଦିନରୁ ଆଜି ଯାଏଁ ମୁଲତବୀ ପରେ ମୁଲତବୀ ଘୋଷଣା ହେଉଛି ଗୃହ । ମମିତା ହତ୍ୟାକାଣ୍ଡକୁ ମୁଖ୍ୟ ପ୍ରସଙ୍ଗ କରି ବିରୋଧୀଙ୍କ ପ୍ରତିବାଦ ବିଧାନସଭାରେ ଆଣିଛି ଝଡ । ଆଜି ଗୃହ କାର୍ଯ୍ୟ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ କାରଣରୁ ପ୍ରଥମେ ଦିନ ୧୧.୩୦ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖାଯାଇଥିବା ବେଳେ ଏହାପରେ ଗୃହ କାର୍ଯ୍ୟ ସ୍ୱଭାବିକ୍ କରିବା ପାଇଁ ବାଚସ୍ପତି ସର୍ବ ଦଳୀୟ ବୈଠକ ଡକାଇଥିଲେ ମାତ୍ର ତାହା ମଧ୍ୟ ବିଫଳ ହୋଇଛି । ଇିରୋଧୀ ନିଜ ନିଜ ଜିଦ୍‌ରେ ଅଡି ବସିଥିବା ବେଳେ ପୁଣି ଆଜି ଦ୍ୱିତୀୟ ଥର ପାଇଁ ଗୃହକୁ ୩୦ ମିନିଟ୍ ପାଇଁ ମୁଲତବୀ ଘୋଷଣା କରାଯାଇଥିଲା । ଏହାପରେ ପୁନଶ୍ଚ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ପୁଣି ବିରୋଧୀଙ୍କ ହଟ୍ଟଗୋଳ ଆରମ୍ଭ ହୋଇଥିଲା ଯାହାପରେ ପୁଣି ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।

Leave A Reply

Your email address will not be published.