ଆର୍ମି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ଘଟଣା ସ୍ଥଳରୁ ୪ ଜଣଙ୍କର ଶବ ଉଦ୍ଧାର। ସିଡିଏସ ବିପିନ୍ ରାୱତଙ୍କ ହେଲିକପ୍ଟର କୁନୁରରେ ଦୁର୍ଘଟଣାଗ୍ରସ୍ତ ହୋଇଛି

ତାମିଲନାଡୁର,ଡିସେମ୍ବର ୭ : ସିଡିଏସ ବିପିନ୍ ରାୱତଙ୍କ ସମେତ ବରିଷ୍ଠ ପ୍ରତିରକ୍ଷା ଅଧିକାରୀଙ୍କୁ ନେଇ ଯାଉଥିବା ଏକ ଆର୍ମି ହେଲିକପ୍ଟର ବୁଧବାର ତାମିଲନାଡୁର ନୀଳଗିରି ଜିଲ୍ଲାର କୁନୁରରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହା ସହିତ ଘଟଣା ସ୍ଥଳରୁ ୪ ଜଣଙ୍କର ଶବ ମିଳିଥିବା ସୂଚନା ମିଳିଛି । ଖବର ଅନୁଯାୟୀ, ପ୍ରାୟ ୧୪ ଜଣ ଲୋକ ବିମାନରେ ଥିଲେ ଏବଂ ହେଲିକପ୍ଟରଟି ସୁଲୁର ଏୟାରବେସରୁ ୱେଲିଙ୍ଗଟନ୍ ଅଭିମୁଖେ ଯାଉଥିଲା । ସ୍ଥାନୀୟ ଲୋକଙ୍କ ଦାହାଯ୍ୟରେ ପୋଲିସ ଉଦ୍ଧାର କାର୍ଯ୍ୟରେ ସାମିଲ ଥିବା ସୂଚନା ମିଳିଛି । ଘଟଣାରେ ଦୁଇ ଜଣଙ୍କର ୮୦ ପ୍ରତିଶତ ଶରିର ପୋଡି ଯାଇଥିବା ବେଳେ ଗମ୍ଭିର ରୂପରେ ଆହାତ ମାନଙ୍କୁ ସେନା ମେଡିକାଲରେ ଭର୍ତ୍ତୀ କରାଯାଇଛି । 

Leave A Reply

Your email address will not be published.