ରାଜ୍ୟ ପାଇଁ ବଢୁଛି ଓମିକ୍ରନ୍ ଭୟ

ଭୁବନେଶ୍ୱର, ଡିସେମ୍ବର ୮ : ରାଜ୍ୟ ପାଇଁ ବଢୁଛି ଓମିକ୍ରନ୍ ଭୟ । ଦେଶରେ ଓମିକ୍ରନ୍ ଚିହ୍ନଟ ହେବା ପରେ ଓଡ଼ିଶାକୁ ଓମିକ୍ରନ୍ ବ୍ୟାପିବାର ଆଶଙ୍କ ବଢିଛି । ହେଲେ ଏସ୍ଥିତି ମଧ୍ୟରେ ବା ଓମିକ୍ରନ୍ ଆତଙ୍କ ମଧ୍ୟରେ ରିସ୍କ ଜୋନ୍‌ରେ ରହିଛନ୍ତି ଶିଶୁ । ପୂର୍ବ ଆକଳନ ଅନୂଯାଇ କରୋନା ମହାମାରୀର ତୃତୀୟ ଲହର ଶିଶୁ ମାନଙ୍କ ପାଇଁ ସର୍ବାଧିକ ପ୍ରଭାବୀ ହେବାକୁ ଥିବା ବେଳେ ବର୍ତ୍ତମାନ ଏହା ସ୍ପଷ୍ଟ ହେବାରେ ଲାଗିଛି । ଶିଶୁ ମାନଙ୍କ ପାଇଁ ଓମିକ୍ରନ୍ର ଭୟ ଅଧିକ ରହିଛି ବୋଲି ଆଜି ପ୍ରତିକ୍ରିୟା ଦେଇ କହିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ସବୁ କ୍ଷେତ୍ରରେ ପ୍ରସ୍ତୁତ ରହିବାକୁ ପଡିବ ବୋଲି ଆଜି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ଟେକ୍ନିକାଲ ଓ କମ୍ୟୁନିଟି କ୍ଷେତ୍ରରେ ସଠିକ୍ ଭାବରେ ପ୍ରସ୍ତୁତ ରହିବାକୁ ହେବ । ବତ୍ତର୍ମାନ ରାଜ୍ୟରେ ଶିଶୁ ମାନେ ରିସ୍କ ଜୋନ୍‌ରେ ଥିବା ବେଳେ ରାଜ୍ୟରେ ପେଡିଆଟ୍ରିକ୍ ମ୍ୟାନେଜମେଣ୍ଟ କରାଯାଇଛି । ରାଜ୍ୟରେ ଶିଶୁ ମାନଙ୍କ ଚିକିତ୍ସା ଓ କରୋନା ଠାରୁ ଦୂରେଇ ରଖିବା ପାଇଁ ସବୁ ପ୍ରକାର ପ୍ରୟାସ କରାଯାଉଛି । ସିଏଚସି, ପିଏଚସି, ଏଚଡିୟୁ ଓ ଆଇସିୟୁରେ ସ୍ୱତନ୍ତ୍ର ଭାବରେ ଚାଇଲ୍ଡ ବେଡ୍ ର ବ୍ୟବସ୍ଥା କରାଯିବା ସହିତ ରାଜ୍ୟରେ ଶିଶୁ ମାନଙ୍କ ଚିକିତ୍ସା କରିବା ପାଇଁ ନର୍ସ ମାନଙ୍କୁ ସ୍ୱତନ୍ତ୍ର ଭାବରେ ତାଲିମ୍ ମଧ୍ୟ ଦିଆଯାଉଛି ବୋଲି ଆଜି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.