ରେଳୱେ ଷ୍ଟେସନରୁ ଜବତ ହେଲା ପୁଳା ପୁଳା ଟଙ୍କା

କଟକ, ଡିସେମ୍ବର ୮ : କଟକ ରେଳୱେ ଷ୍ଟେସନରୁ ଜବତ ହେଲା ପୁଳା ପୁଳା ଟଙ୍କା । ରାଜଧାନୀ ଏକ୍ସପ୍ରେସରୁ ୨୦ ଲକ୍ଷ ୫୦ ହଜାର ଟଙ୍କା ଆରପିଏଫ ଜବତ କରିଛି । ତେବେ ଏତେ ଟଙ୍କା ଆସିଲା କୁଆଡୁ ସେନେଇ ଖୋଳତାଡ ଆରମ୍ଭ ହୋଇଛି । ସୂଚନା ଅନୁସାରେ, କଟକ ରେଳୱେ ଷ୍ଟେସନରେ ରାଜଧାନୀ ଏକ୍ସପ୍ରେସ୍ ଅଟକି ଥିଲା । ଏହି ସମୟରେ ଟ୍ରେନ୍ ଭିତରୁ ଦୁଇଟି ଟଙ୍କା ଭର୍ତ୍ତି ବ୍ୟାଗ୍ ମିଳିଛି । ସେହି ବ୍ୟାଗ୍‌କୁ ଆରପିଏଫ୍ ସନ୍ଦେହ କରି ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି । ସେପଟେ ଏତେ ଟଙ୍କା ଆସିଲା କୁଆଡୁ ?କିଏ କାହା ପାଖକୁ ଏତେ ଟହ୍‌କା ପଠାଇଥିଲା ? ସେନେଇ ଆରପିଏଫ୍ ଖୋଳତାଡ କରୁଛି । ମାତ୍ର ଏପର୍ଯ୍ୟନ୍ତ ଟଙ୍କା ବାବଦରେ କିଛି ସ୍ପଷ୍ଟ ଭାବେ ତଥ୍ୟ ମିଳିପାରିନାହିଁ । ଏହାସହିତ ଆରପିଏଫ୍ ଅଟକ ରଖିଥିବା ବ୍ୟକ୍ତି ଜଣକ ହେଉଛନ୍ତି ଏକେ ସ୍ୱାଇଁ । ତାଙ୍କୁ ଆରପିଏଫ୍ ପଚରାଉଚରା କରୁଥିବା ଜଣାପଡିଛି । ତେବେ ତଦନ୍ତ ପରେ ଘଟଣା ସମ୍ପର୍କରେ କିଛି ସ୍ପଷ୍ଟ ସୂଚନା ମିଳିପାରେ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.