ଆଟ୍ ରିସ୍କ ଦେଶରୁ ଆସିଥିବା ୪ ଜଣ କରୋନା ପିଜିଟିଭ୍ ଚିହ୍ନଟ

ଭୁବନେଶ୍ୱର, ଡିସେମ୍ବର ୮ : ରାଜ୍ୟ ପାଇଁ ବଢୁଛି ଓମିକ୍ରନ୍ ଭୟ । ଦେଶରେ ୪ ଟି ରାଜ୍ୟ ଓ ରାଜଧାନୀ ଦିଲ୍ଲୀରେ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇସାରିଥିବା ବେଳେ ଏବେ ଓଡ଼ିଶା ପାଇଁ ସଂକ୍ରମଣର ଆଶଙ୍କା ଦ୍ୱିଗୁଣିତ ହୋଇଛି। ଏପଟେ ରାଜ୍ୟକୁ ରିସ୍କ ଦେଶରୁ ଫେରିଥିବା ୯୮୨ ଜଣଙ୍କ ମଧ୍ୟରୁ ୪ ଜଣ ଆଜି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯେଉଁମାନେ କି ଆଟ୍ ରିସ୍କ ଦେଶରୁ ଆସିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ତେବେ ଆଟ୍ ରିସ୍କ ଦେଶରୁ ଆସିଥିବା ୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ଏମାନଙ୍କ ଜିନୋମ୍ ସ୍ୱିକେନ୍ସ ପାଇଁ ପଠାଯାଇଛି । ଏମାନଙ୍କ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବାକୁ ଯାଉଛି ଯେ ପ୍ରକୃତରେ ଏମାନେ କରୋନାର କେଉଁ ଭ୍ୟାରିଆଣ୍ଟ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି ।

Leave A Reply

Your email address will not be published.