ଆଜି ବି ଚାଲିପାରିଲାନି ବିଧାନସଭା

ଭୁବନେଶ୍ୱର, ଡିସେମ୍ବର ୮ : ଆଜି ସପ୍ତମ ଦିନରେ ବି ଚାଲିପାରିଲାନି ବିଧାନସଭା । ଶୀତକାଳୀନ ଅଧିବେଶନ ଆରମ୍ଭରୁ ହିଁ ସ୍ୱଭାବିକ୍ ହୋଇପାରୁନି ଗୃହ କାର୍ଯ୍ୟ । ମୁଲତବୀ ପରେ ମୁଲତବୀ ଘୋଷଣା କରୁଛନ୍ତି ବାଚସ୍ପତି। ଆଜି ମଧ୍ୟ ଗୃହ ଆରମ୍ଭରୁ ସମାନ ସ୍ଥିତି ଦେଖିବାକୁ ମିଳିଛି । ଗୃହ ଆରମ୍ଭରୁ ବିରୋଧୀଙ୍କ ବିରୋଧକୁ ନେଇ ଦିନ ୧୧.୩୦ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ଗୃହ ଆରମ୍ଭରୁ ଗୃହ ମଧ୍ୟ ଭାଗରେ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି । ବିଜେପି ଗତକାଲି ଭଳି ଘଣ୍ଟ ବଜାଇ ପ୍ରତିବାଦ ଜଣାଇଛି । ଶାସକ ଦଳ ମଧ୍ୟ ବିଭିନ୍ନ ପ୍ରସଙ୍ଗକୁ କେନ୍ଦ୍ର କରି ପ୍ରତିବାଦ ଜଣାଉଥିବାର ଦେଖିବାକୁ ମିଳିଛି । ବିରୋଧୀ ବିଜେପି ଓ କଂଗ୍ରେସ ମମିତା ହତ୍ୟାକାଣ୍ଡକୁ ପ୍ରସଙ୍ଗ କରି ଗୃହରାଷ୍ଟ୍ରମନ୍ତ୍ରୀ କ୍ୟାପେଟନ୍ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି କରିଆସୁଥିବା ବେଳେ ଏହାକୁ ନେଇ ଏପର୍ଯ୍ୟନ୍ତ ଗୃହ ଚାଲିପାରୁନି । ତେବେ ଶୀତ ଅଧିବେଶନରେ ଏହିଭଳି ଗୃହ ଅଚଳାବସ୍ଥାକୁ ନେଇ ଗତକାଲି ବାଚସ୍ପତି ସର୍ବଦଳୀୟ ବୈଠକ ମଧ୍ୟ ଡକାଇଥିଲେ ଏହା ପୂର୍ବରୁ ମଧ୍ୟ ସର୍ବଦଳୀୟ ବୈଠକ ଡକାଯାଇ ଗୃହ ସ୍ୱଭାବିକ୍ ପାଇଁ ଆଲୋଚନା ହୋଇଥିଲା ମାତ୍ର ସର୍ବଦଳୀୟ ବୈଠକ କାମଦେଲାନି, ସବୁ କିଛି ଗୃହରେ ଫେଲ୍ ମାରିଛି । 

Leave A Reply

Your email address will not be published.