ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮୪୩୯ ନୂଆ କରୋନା ପଜିଟିଭ୍‌

ନୂଆଦିଲ୍ଲୀ, ଡିସେମ୍ବର ୮ : ଦେଶରେ ଧୀରେ ଧୀରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ମାତ୍ର ମୃତ୍ୟୁ ସଂଖ୍ୟାରେ ଲାଗିପାରୁନି ବ୍ରେକ୍ । ୪ ଲକ୍ଷ ଟ୍ରେଣ୍ଡ ପରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ରହିଥିବା ବେଳେ ଏବେ ୧୦ ହଜାର ତଳକୁ ଖସିଛି ।  ଏହାରି ଭିତରେ ଗତ ୨୪ ଘଣ୍ଟା ଭିତରେ ଦେଶରେ ୧୦ ହଜାରରୁ କମ୍ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ ୨୪ ଘଣ୍ଟାରେ ଦେଶରେ ୮୪୩୯ ଆକ୍ରାନ୍ତ ଚିହ୍ନଟ  ହୋଇଛନ୍ତି । ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୯୦ ମଧ୍ୟ ଟପିଛି । ସୂଚନା ଅନୁସାରେ, ଏବେ ସୁଦ୍ଧା ଦେଶରେ ପ୍ରାୟ ୩୬ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୯୩୭୩୩ ସକ୍ରିୟ ମାମଲା ରହିଛି ଏବଂ ୩୪୦୮୯୧୩୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।  ଏହାସହିତ ୪୭୩୯୫୨ ଜଣ ସଂକ୍ରମିତ ପ୍ରାଣ ହରାଇଥିବା ଜଣାପଡିଛି ।

Leave A Reply

Your email address will not be published.