ଜିଲ୍ଲା ବାହାରକୁ ହେଉଥିଲା ଚୋରା ଚାଲାଣ, ଜବତ ହେଲା ବିପୁଳ ପରିମାଣର ଗଞ୍ଜେଇ

ବାଲିଗୁଡା, ଡିସେମ୍ବର ୮ : ଜିଲ୍ଲା ବାହାରକୁ ଚୋରା ଚାଲାଣ ହେଉଥିବା ବେଳେ ଧରାପଡିଗଲା । ୪ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା । ଆଉ ଏହି ସମୟରେ ମାଡି ବସିଲା ପୋଲିସ । ଘଟଣାରେ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୩ ଜଣ ଫେରାର ହୋଇଛନ୍ତି । କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।  ସୀଚନା ଅନୁସାରେ, ଉକ୍ତ ଅଞ୍ଚଳରେ ଗଞ୍ଜେଇ କାରବାର ହେଉଥିବା ନେଇ ପୋଲିସ ନିକଟରେ ସୂଚନା ମିଳିଥିଲା । ପରେ ବାଲିଗୁଡା ଥାନା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ପକ୍ଷରୁ ପାଟ୍ରୋଲିଂ କରାଯାଉଥିଲା । ବାଲିଗୁଡାରୁ ବାହାର ଜିଲ୍ଲାରୁ ଚୋରା ଚାଲାଣ ହେଉଥିବା ବେଳେ ୪ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ପୋଲିସ ଜବତ କରିଛି ।  ଏହାସହିତ ଘଟଣାରେ ଜଣଙ୍କୁ ଗିରଫ କରିଥିବା ବେଳେ ୩ ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ତେବେ ଗିରଫ ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ବାଲିଗୁଡା ଥାନା ଅଞ୍ଚଳର ମନୋଜ କହଁର । ସେହିପରି ଚୋରା କାରବାରରେ ସମ୍ପୃକ୍ତ ସମସ୍ତଙ୍କ ନାଁରେ ମାମଲା ରୁଜୁ କରି ପୋଲିସ ଛାନଭିନ ଜାରି ରଖିଛି । 

Leave A Reply

Your email address will not be published.