ବାୟୁସେନା ହେଲିକପ୍ଟର କ୍ରାସ୍‌ରେ ଓଡିଆ ଯବାନ ସହିଦ୍

ତାଳଚେର,ଡିସେମ୍ବର 9 : ଗତକାଲି ମଧ୍ୟାହ୍ନ ସମୟରେ ତାମିଲନାଡୁ କୁନ୍ନୁରରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ଘଟଣା ରେ ମୃତ ୧୩ଜଣଙ୍କ ମଧ୍ୟରେ ରହିଛନ୍ତି ଜଣେ ଓଡିଆ ଯବାନ । ମୃତ ଯବାନଙ୍କ ନାମ ରାଣା ପ୍ରତାପ ଦାସ ବୋଲି ଜଣାପଡିଛି । ତାଙ୍କ ଘର ତାଳଚେରର କଣ୍ଢାଳ ପଞ୍ଚାୟତର କୃଷ୍ଣଚନ୍ଦ୍ରପୁର ଗାଁରେ ବୋଲି ସୂଚନା ରହିଛି । ଏନେଇ ତାଙ୍କ ପରିବାର ଲୋକ ସୁଚନା ଦେଇଛନ୍ତି ।  ଖବର ଅନୁଯାୟୀ, ରାଣା ପ୍ରତାପ ଦାସ ବାୟୁ ସେନାର ଜୁନିୟର ୱାରେଣ୍ଟ ଅଫିସର ଭାବେ କାର‌୍ୟ୍ୟରତ ଥିବା ସୂଚନା ମିଳିଛି । ତାଙ୍କ ବିୟୋଗରେ ପରିବାର ଓ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ସହିଦ ରାଣାପ୍ରତାପଙ୍କ ବିଷୟରେ ଜିଲ୍ଲା ପ୍ରଶାସନ ତରଫରୁ କୌଣସି ଅନୁଷ୍ଠାନିକ ଭାବେ ସୂଚନା ପ୍ରକାଶ କରାଯାଇନି। କିଛି ବର୍ଷ ତଳେ ରାଣାପ୍ରତାପ ବିବାହ କରିଥିଲେ । ତାଙ୍କର ଗୋଟିଏ ପୁଅ ଅଛି । ରାଣା ପ୍ରତାପଙ୍କ ପତ୍ନୀ ପୁଅ ସହ ଦିଲ୍ଲୀରେ ରହୁଛନ୍ତି । ଗାଁରେ ତାଙ୍କ ବାପା ମାଆ ରହୁଛନ୍ତି ।

Leave A Reply

Your email address will not be published.