ରୋହିତଙ୍କୁ ମିଳିଲା ଦିନିକିଆ ଅଧିନାୟକ ଦାୟିତ୍ୱ

ମୁମ୍ବାଇ ଡିସେମ୍ବର ୮ : ଦକ୍ଷିଣ ଆଫ୍ରିକା ବିପକ୍ଷ ଆଗାମୀ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଅଲ-ଇଣ୍ଡିଆ ସିନିୟର ସିଲେକସନ କମିଟି ଭଳି ୧୮ ଜଣିଆ ଦଳ ଘୋଷଣା କରିଥିବା ବେଳେ ଦିନିକିଆ ଏବଂ ଟି-୨୦ ପାଇଁ ରୋହିତ ଶର୍ମାଙ୍କୁ କ୍ୟାପଟେନ ଏବଂ ଟେଷ୍ଟ ଉପ-ଅଧିନାୟକ ଭାବରେ ନାମିତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବିସିସିଆଇ ଏକ ବିବୃତ୍ତିରେ କହିଛି ଡିସେମ୍ବର ୨୬ ରୁ ଆରମ୍ଭ ହେବାକୁ ଥିବା ଏହି ଟେଷ୍ଟ ସିରିଜ୍ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ର ସିଜନ୍‌ର ଏକ ଅଂଶ ହେବ। ଆଘାତ କାରଣରୁ ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ ଦଳରୁ ବାଦ୍ ପଡିଛନ୍ତି। ଟେଷ୍ଟ ପାଇଁ ମନୋନିତ ହୋଇଥିବା ଦଳ- ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପ-ଅଧିନାୟକ), କେ.ଏଲ୍ ରାହୁଲ, ମୟଙ୍କ ଅଗ୍ରୱାଲ, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାନେ, ଶ୍ରେୟସ୍ ଆୟର୍, ହନୁମା ବିହାରୀ, ଋିଷଭ ପନ୍ତ, ରିଦ୍ଧିମାନ ସାହା, ଆର ଅଶ୍ୱିନ, ଜୟନ୍ତ ଯାଦବ, ଇଶାନ୍ତ ଶର୍ମା, ମହମଦ୍ ଶାମି, ଉମେଶ ଯାଦବ, ଜସପ୍ରୀତ ବୁମ୍ରା, ଶାର୍ଦ୍ଦୁଲ ଠାକୁର, ଏମ ସିରାଜ ।

Leave A Reply

Your email address will not be published.