ଉଦ୍ଧାର ହେଲା ହେଲିକପ୍ଟରର ବ୍ଲାକ୍ ବକ୍ସ, ସାମ୍ନାକୁ ଆସିବ ଦୂର୍ଘଟଣାର ପ୍ରକୃତ ରହସ୍ୟ

ସୁଲୁର, ଡିସେମ୍ବର ୯ : ଗତକାଲିର କୁନ୍ନୁର ହେଲିକପ୍ଟର ଦୂର୍ଘଟଣା ପୁରା ଦେଶକୁ ଦୋହଲାଇଦେଇଥିବା ବେଳେ ଏହି କାଳ କ୍ରାସ୍‌ରେ ୧୩ ଜଣଙ୍କ ପ୍ରାଣହାନୀ ହୋଇଛି । ସିଡିଏସ୍ ବିପିନ୍ ରାୱତ୍‌, ତାଙ୍କ ପତ୍ନୀ ମଧୁଲିକା ରାୱତ୍ ଙ୍କ ସହିତ ଅନ୍ୟ ୧୧ ସେନା କର୍ମଚାରୀ ଏହି ଭୟଙ୍କର ଦୂର୍ଘଟଣାରେ ପ୍ରାଣ ହରାଇଛନ୍ତି । ଯାହାକୁ ନେଇ ଏବେ ପୁରା ଦେଶରେ ଶୋକାକୂଳ ସ୍ଥିତି ରହିଛି । ତେବେ ପାଗ ଖରାପ ଥିବା ହେତୁ ହେଲିକପ୍ଟର ଏଭଳି ଭାବରେ ଦୂର୍ଘଟଣାର ଶିକାର ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା ମାତ୍ର ବାୟୁ ସେନା ପକ୍ଷରୁ ସ୍ୱତନ୍ତ୍ର ଭାବରେ ତଦନ୍ତ ନିର୍ଦ୍ଦେଶ ଦିଆଯିବା ପରେ ଦୂର୍ଘଟଣାସ୍ଥଳରେ ତଦନ୍ତକାରୀ ଟିମ୍ ପହଞ୍ଚି ହେଲିକପ୍ଟରର ବ୍ଲାକ୍ ବକ୍ସ ଉଦ୍ଧାର କରିଥିବା ସୂଚନା ମିଳିଛି । ଦୀର୍ଘ ସମୟ ଧରି ଖୋଜାଖୋଜି କରିବା ପରେ ହେଲିକପ୍ଟରର ଭଗ୍ନାଶଂରୁ ବ୍ଲାକବକ୍ସ ଉଦ୍ଧାର କରାଯାଇଛି । ସୂଚନା ଅନୂସାଇ ଦୂର୍ଘଟଣାସ୍ଥଳର ପ୍ରାୟ ୩୦୦ ମିଟରରୁ ୧କିମି ଅଞ୍ଚଳ ମଧ୍ୟରେ ଏହି ବ୍ଲାକବକ୍ସକୁ ଉଦ୍ଧାର କରାଯାଇଛି । ତେବେ ବ୍ଲାକ୍ ବକ୍ସ ଉଦ୍ଧାର ହେବା ପରେ ଗତକାଲି କଣ ଘଟିଥିଲା । କେଉଁ ପରିସ୍ଥିତିରେ ଏଭଳି ଏକ ଅଘଟଣ ଘଟିଗଲା। ଦୂର୍ଘଟଣାର ପ୍ରକୃତ କାରଣ କଣ ତାହା ବର୍ତ୍ତମାନ ସ୍ପଷ୍ଟ ହେବାକୁ ଯାଉଛି । ବ୍ଲାକବକ୍ସ ଦୂର୍ଘଟଣା ପୂର୍ବରୁ ଘଟିଥିବା ସବୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଯୋଗାଇଦେବ । ଦୂର୍ଘଟଣାଗ୍ରସ୍ତ ହୋଇଥିଲା ମିଲିଟାରୀ ହେଲିକପ୍ଟର ଏମଆଇ ୧୭ ଭି-୫ ବାୟୁସେନା ହେଲିକପ୍ଟରର ବ୍ଲାକବକ୍ସ ଉଦ୍ଧାର କରାଯାଇ ଲ୍ୟାବକଚ ନିଆଯାଇ ବର୍ତ୍ତମାନ ତଦନ୍ତ ଆରମ୍ଭ କରାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.