କଟକରେ ଲଜ୍ଜ୍ୟା

କଟକ, ଡିସେମ୍ବର : ରାଜ୍ୟରେ ସୀମାପାର ହେଲାଣି ନାରୀ ମାନଙ୍କ ପ୍ରତି ଅତ୍ୟାଚାର । ଏମିତିକି ଯୌନ ପିପାସୁଙ୍କ କବଳରୁ ବର୍ତ୍ତି ପାରୁନାହାନ୍ତି ଛୋଟ ଛୁଆ । ଦୁଷ୍କର୍ମ ତାହା ପୁଣି ନାବାଳିକା ସହିତ । ଏଭଳି ଏକ ଲଜ୍ୟାକର ଘଟଣା ଘଟିଛି କଟକ ଜିଲ୍ଲା ଟାଙ୍ଗୀ ଅଞ୍ଚଳରେ । ସୂଚନା ଅନୂସାରେ କଟକ ଟାଙ୍ଗୀ ଅଞ୍ଚଳରେ ଜଣେ ୧୦ ବର୍ଷର ଆଦିବାସୀ ନାବାଳିକା ଘିଅ ସହିତ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଟାଙ୍ଗୀ ଉଚ୍ଚପଦା ପଞ୍ଚାୟତ ନଟିମାଳ ଗାଁରେ ଗତକାଲି ଘରେ କେହି ନଥିବା ସମୟରେ ସେହି ଗାଁର ବସନ୍ତ ସ୍ୱାଇର୍ ନାମକ ଜଣେ ବ୍ୟକ୍ତି ନାବାଳିକାକୁ ପାଣି ପିଇବା ପାଇଁ ମାଗିଥିଲା । ଘିଅଟି ଘର ଭିତରକୁ ପାଣି ଆଣିବା ପାଇଁ ଯିବା ସମୟରେ ଘରେ ପଶି ବସନ୍ତ ଛୋଟ ଝିଅଟି ସହିତ ଜୋରଜବରଦସ୍ତ ଦୁଷ୍କର୍ମ କରିଥିବା ନାବାଳିକା ପୀଡିତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ପରିବାର ଲୋକ ଘରକୁ ଫେରି ଗୁରୁତର ଅବସ୍ଥାରେ ଝିଅକୁ ଦେଖି ସଙ୍ଗେ ସଙ୍ଗେ ହପ୍ସିଟାଲରେ ଭର୍ତ୍ତି କରାଇବା ସହିତ ଘଟଣା ସମ୍ପର୍କରେ ପୋଲିସ୍ କୁ ଖବର ଦେଇଥିବା ସୂଚନା ମିଳିଛି । ତେବେ ପୋଲିସ୍ ଏହି ମାମଲାରେ ତଦନ୍ତ ଆରମ୍ଭ କରିଥିଲେ ବି ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତ ବସନ୍ତ ସ୍ୱାଇଁ ଫେରାର ରହିଛି । ଏପଟେ ନାବାଳିକା ପୀଡିତାକୁ ପ୍ରଥମେ ଟାଙ୍ଗି ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ଗୁରୁତର ରହିଥିବାରୁ ବର୍ତ୍ତମାନ କଟକ ବଡ଼ ମେଡିକାଲରେ ନାବାଳିକାର ଚିକିତ୍ସା ଜାରି ରହିଛି ।

Leave A Reply

Your email address will not be published.