ଏକାଠି ହେବେ କି ତପସ୍ୱିନୀ-ସୁମିତ୍‌

ବ୍ରହ୍ମପୁର, ଡିସେମ୍ବର ୯ ବହୁ ଚର୍ଚ୍ଚିତ ନବବଧୂ ଧାରଣା ମାମଲାରେ କୋର୍ଟଙ୍କ ନିର୍ଦ୍ଦେଶ ଅନୂଯାଇ ନବବଧୂ ତପସ୍ୱିନୀ ଓ ତାଙ୍କ ସ୍ୱାମୀ ସୁମିତ୍ ସାହୁ ୭ ଦିନ ଏକାଠି ରହିବା ପରେ ଆଜି କୋର୍ଟରେ ଦାଖଲ ହୋିଛି ଷ୍ଟାଟସ୍ ରିପୋର୍ଟ । ପ୍ରସଙ୍ଗ ଉପରେ ପୁରା ରାଜ୍ୟ ବାସୀଙ୍କ ନଜର ରହିଥିବା ବେଳେ ଦୀର୍ଘ ୧୧ ଦିନ ନିଜ ଶ୍ୱଶୁର ଘର ଆଗରେ ଧାରଣା ଦେବା ପରେ କୋର୍ଟ ଡିମ୍ପଲ ଓରଫ୍ ତପସ୍ୱିନୀ ଓ ତାଙ୍କ ସ୍ୱାମୀଙ୍କୁ ଏକାଠି ୭ ଦିନ ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ଆଜି ଏହାକୁ ନେଇ ବ୍ରହ୍ମପୁର ଏସଡିଜେମ୍ କୋର୍ଟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିଛନ୍ତି ଆସିକା ଏସଡିପିଓ ଓ ଥାନା ଅଧିକାରୀ । ତେବେ ଏହି ରିପୋର୍ଟରେ କଣ ରହିଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ କରିନାହିଁ ପୋଲିସ୍ । ଯାହାକୁ ନେଇ ଏବେବି ଆଶଙ୍କା ଘେରରେ ସୁମିତ୍ – ଡିମ୍ପଲଙ୍କ ସମ୍ପକ । ସୂଚନା ଅନୂସାରେ ସୁମିତ୍ ଓ ଡିମ୍ପଲ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିବା ବେଳେ ଦୁହେଁ କିଛି ମାସ ତଳୁ କୋର୍ଟ ମ୍ୟାରେଜ ମଧ୍ୟ କରିସାରିଛନ୍ତି । ମାତ୍ର ଏବେ ଡିମ୍ପଲଙ୍କ ଶାଶୁ ଘର ଲୋକେ ତାଙ୍କୁ ଆପଣାଇବାକୁ ମନା କରିବାକୁ ମାଧ୍ୟ ହୋଇ ଏହିଭଳି ନିଜ ଶ୍ୱଶୁର ଘର ଆଗରେ ଧାରଣା ଦେଇଥିଲେ ତପସ୍ୱିନୀ

Leave A Reply

Your email address will not be published.