ଦୁବାଇ ଫେରନ୍ତା କୋଭିଡ ପଜିଟିଭ୍‌

ଭଞ୍ଜନଗର, ଡିସେମ୍ବର ୯ : ଦୁବାଇ ଫେରନ୍ତା କରୋନା ପଜିଟିଭ୍ ହେବା ପରେ ଚିନ୍ତା ବଢିଯାଇଛି । ଏନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଭଞ୍ଜନଗର ଲଣ୍ଡେଇ ସାହିରୁ କୋଭିଡ ଆକ୍ରାନ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହାସହିତ ଲଣ୍ଡେଇସାହିରେ ମିନି କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିବା ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି । ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କ ଠାରେ ଓମିକ୍ରନ ଭୂତାଣୁ ଅଛି କି ନାହିଁ ସେନେଇ ସ୍ୱାବ୍ ସଂଗ୍ରହ କରି ପରୀକ୍ଷା ପାଇଁ ଭୁବନେଶ୍ୱର ପଠାଇ ଯାଇଛି ।  ସୂଚନା ଅନୁସାରେ, ଦୁବାଇରୁ ଜଣେ ବ୍ୟକ୍ତି ଗତ ୩୦ ତାରିଖରେ ରାଉରକେଲା ଆସିଥିଲେ । ଏୟାରପୋର୍ଟରେ ତାଙ୍କର ଆରଟିପିସିଆର ଟେଷ୍ଟ ପାଇଁ ସ୍ୱାବ ସଂଗ୍ରହ ହୋଇଥିଲା । ରାଉରକେଲାରଏହି ବ୍ୟକ୍ତି ଜଣକ କିଛି ଦିନ ତଳେ ଭଞ୍ଜନଗର ନିଜ ସମ୍ପର୍କୀୟଙ୍କ ଘରକୁ ଆସିଥିଲେ । ତାଙ୍କର ମୋବାଇଲକୁ କରୋନା ପଜିଟିଭ ବୋଲି ମେସେଜ ଆସିଥିଲା । ଲଣ୍ଡେଇସାହିରେ ଯେଉଁ ସମ୍ପର୍କୀୟଙ୍କ ଘରକୁ ଆସିଥିଲେ ତାଙ୍କର ଦୁଇ ପଡୋଶୀଙ୍କୁ ହୋମ୍ ଆଇସୋଲେସନରେ ରହିବାକୁ କୁହାଯାଇଛି । ଏହାସହିତ ତିନୋଟି ଘରକୁ ମିନି କଣ୍ଟେନମେଣ୍ଟ ଜୋନ୍ ବୋଲି ଘୋଷଣା କରାଯାଇଛି । ମାତ୍ର ସେମାନଙ୍କ ପାଖରେ କୋଭିଡର କୌଣସି ଲକ୍ଷଣ ନାହିଁ ।

Leave A Reply

Your email address will not be published.