ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ଭିକି ଏବଂ କ୍ୟାଟ୍ରିନା

ରାଜସ୍ଥାନ, ଡିସେମ୍ବର ୮ : ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ଭିକି କୌଶାଲ ଏବଂ କ୍ୟାଟ୍ରିନା କୈଫ୍। ରାଜସ୍ଥାନର ସିକ୍ସ ସେନ୍ସ ଫୋର୍ଟ ବାରୱାରା ରିସର୍ଟରେ ଷ୍ଟାର ଦମ୍ପତିଙ୍କ ବିବାହ ହେବ । ବିବାହ ପାଇଁ ରାଜକୀୟ ଢଙ୍ଗିରେ ସାଜସଜ୍ଜା ହୋଇଥିବାବେଳେ ବାହାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଛି । ଏକ ଫଟୋରେ ଦେଖିବାକୁ ମିଳିଛି ଯେ ଆଠରୁ ଦଶ ଜଣ ସୁରକ୍ଷା କର୍ମୀ କଳା ପୋଷାକ ପିନ୍ଧି ପହରା ଦେଉଥିବାବେଳେ ଦୁଇ ପୋଲିସ ବସିଥିବା ଦେଖିବାକୁ ମିଳିଥିଲା।  ଗତକାଲି ଭିକି କୌଶଲ ଏବଂ କ୍ୟାଟ୍ରିନା କୈଫଙ୍କ ବିବାହ କାର୍ଡର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବାବେଳେ ପୂର୍ବରୁ ସିକ୍ସ ସେନ୍ସ ଫୋର୍ଟ ବାରୱାରା ରିସର୍ଟରେ ଷ୍ଟାର ଦମ୍ପତିଙ୍କ ବିବାହ ଉତ୍ସବ ଆରମ୍ଭ ହୋଇସାରିଛି। ଖବର ଅନୁଯାୟୀ, ଦମ୍ପତି ଦ୍ୱୟ ୮ ଏବଂ ୯ ତାରିଖ ଦିନ ସେମାନଙ୍କର ମେହେନ୍ଦୀ ଏବଂ ବିଶାଳ ପଞ୍ଜାବୀ ଶୈଳୀ ସଂଗୀତ ଆୟୋଜନ କରିଛନ୍ତି । ଗତକାଲି ରାତିରେ ବିଳାସପୂର୍ଣ୍ଣ ବିବାହ ସ୍ଥାନ ଲାଲ ଏବଂ ହଳଦିଆ ରଙ୍ଗରେ ଆଲୋକିତ ହୋଇଥିଲା । ଲୋକପ୍ରିୟ ଗାୟକ ହାର୍ଡି ସାନ୍ଧୁ, ଆସ୍ତା ଗିଲ, ଏବଂ ତୋଷୀ ସାବ୍ରି, ଡିଜେ ଚିତା, ଗୁରୁଦାସ ମନ୍ ଆଦିଙ୍କୁ ଜୟପୁର ବିମାନ ବନ୍ଦରରେ ଦେଖିବାକୁ ମିଳିଥିବା ବେଳେ ସେମାନେ ପଞ୍ଜାବୀ ଶୈଳୀ ସଂଗୀତ ସାମିଲ ହୋଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.