ଶିିମିଳପାଳ ଅଭୟାରଣ୍ୟରୁ ଗିରଫ ହେଲା ଶିକାରୀ

କରଞ୍ଜିଆ, ଡିସେମ୍ବର ୯ : ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟରୁ ଜଣେ ଶିକାରୀଙ୍କୁ ବନବିଭାଗ ଗିରଫ କରିଛି । ଶିକାରି ଜଣକ ହେଉଛନ୍ତି ସମ୍ବର ଶିକାରୀ । ତାଙ୍କ ପାଖରୁ ୮ କେଜିରୁ ଅଧିକ ସମ୍ବର ମାଂସ ଜବତ କରାଯାଇଛି । ଗିରଫ ହୋଇଥିବା ଶିକାରୀ ଜଣ ହେଉଛନ୍ତି ରବି ଖୁଣ୍ଟିଆ ।  ସୂଚନା ଅନୁସାରେ, ଶିମିଳପାଳ ଅଭୟାରଣ୍ୟରେ ଠାକୁରମୁଣ୍ଡା ରେଞ୍ଜ ଓ ଶିମିଳପାଳ ଟାଇଗର ରିଜର୍ଭ ରେଞ୍ଜର କର୍ମଚାରୀମାନେ ପାଟ୍ରୋଲିଂ କରୁଥିଲେ । ଆଉ ଏହି ସମୟରେ ଶିକାରୀ ଜଣଙ୍କୁ ବନ ବିଭାଗର ଟିମ୍ ପିଛା କରିଥିଲା । ଶେଷରେ ଠାକୁରମୁଣ୍ଡ ରେଞ୍ଜ ଚିରୁପଦା ଗାଁ ନିକଟରେ ଶିକାରୀକୁ ବନବିଭାଗ ଗିରଫ କରିବାରେ ସଫଳ ହୋଇଥିଲା ।  ତେବେ ଘଟଣାସ୍ଥଳରୁ ଶିକାରୀ ସହିତ ୮ କେଜିରୁ ଅଧିକ ସମ୍ବର ମାଂସ ବନବିଭାଗ ଜବତ କରିଥିବା ଜଣାପଡିଛି । ଏହାସହିତ ଶିକାରୀକୁ ରେଞ୍ଜ ଅଫିସକୁ ଅଣାଯାଇଛି । ଏନେଇ ବନବିଭାଗ ପଚରାଉଚରା କରିବା ସହ ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.