କ୍ୟାପିଟାଲ ହାଇସ୍କୁଲରେ ପଶିଲା କରୋନା

ଭୁବନେଶ୍ୱର, ଡିସେମ୍ବର ୯ : କ୍ୟାପିଟାଲ ହାଇସ୍କୁଲରେ ପଶିଲା କରୋନା । ନବମ ଶ୍ରେଣୀର ଦୁଇ ଜଣ ଛାତ୍ର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ମୋଟ୍ ୩୭୨ ଜଣ ପିଲାଙ୍କର କରୋନା ଟେଷ୍ଟ କରାଯାଇଥିଲା । ସେଥିରି ୨ ଜଣ ଛାତ୍ର ପଜିଟିଭ୍ ଟିହ୍ନଟ ହୋଇଛନ୍ତି । ୨ ଜଣ ଛାତ୍ରଙ୍କୁ ଏବେ ହୋମ୍ ଆସୋଲେସନରେ ରଖାଯାଇଛି । ତେବେ ଏନେଇ କ୍ୟାପିଟାଲ ହାଇସ୍କୁଲର ପ୍ରଧାନ ଶିକ୍ଷକ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ, ଦୀର୍ଘଦିନ ପରେ କରୋନା ସଂକ୍ରମଣ ହ୍ରାସ ପାଇବା ପରେ ରାଜ୍ୟରେ ଧୀରେ ଧୀରେ ସ୍କୁଲ ଖୋଲିବା ଆରମ୍ଭ ହୋଇଥିଲା । ସ୍କୁଲ ଖୋଲିବା ପରେ ଶିକ୍ଷାନୁଷ୍ଠାରେ ମାଡି ଚାଲିଛି କରୋନା । ଢେଙ୍କାନାଳର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ୫୦ରୁ ଅଧିକ ଛାତ୍ରଛାତ୍ରୀ ପଜିଟିଭ୍ ଚିହ୍ନଟ ହୋଇଥିଲେ । ପରେ ବିଏମସି ପକ୍ଷରୁ ତତ୍ପର ଦେଖିବାକୁ ମିଳିଛି ।  ବିଏମସି ପକ୍ଷରୁ ୩ଟି ଜୋନରେ ଥିବା ଶିକ୍ଷାନୁଷ୍ଠାନରେ ବୁଧବାର କୋଭିଡ ଟେଷ୍ଟିଂ ଆରମ୍ଭ ହୋଇଥିଲା । ସମସ୍ତ ସ୍କୁଲରେ ଉଭୟ ଆରଟିପିସିଆର ଏବଂ ଆଣ୍ଟିଜେନ୍ ଟେଷ୍ଟ କରାଯାଇଥିଲା । ଶିକ୍ଷାନୁଷ୍ଠାନରେ ଯେପରି କରୋନା ନ ବ୍ୟାପିବ ସେନେଇ ବିଏମସି ପକ୍ଷରୁ ଆଗୁଆ ପଦକ୍ଷେପ ପାଇଁ କୋଭିଡ ପରୀକ୍ଷା ଆରମ୍ଭ କରିଥିଲା । ଏକ ସ୍ୱତନ୍ତ୍ର ଟିମ୍ ସ୍କୁଲ ଏବଂ କଲେଜ ବୁଲିବା ସହ ସ୍ୱାବ୍ ସଂଗ୍ରହ କରିଥିଲେ ।

Leave A Reply

Your email address will not be published.