ବାଇକକୁ ଧକ୍କା ଦେଲା ଟ୍ରକ, ୩ ଆରୋହୀ ମୃତ

ଭଦ୍ରକ, ଡିସେମ୍ବର ୧୫ : ମର୍ମନ୍ତୁଦ ସଡକ ଦୁର୍ଘଟଣା । ବାଇକକୁ ଧକ୍କା ଦେଲା ଟ୍ରକ । ଫଳରେ ଚାଲିଗଲା ୩ ଜଣଙ୍କ ଜୀବନ । ମୃତକଙ୍କ ପରିଚୟ ମିଳିପାରିନାହିଁ। ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରୁଛି ।  ସୂଚନା ଅନୁସାରେ, ବୁଧବରା ଭଦ୍ରକ ଜିଲ୍ଲା ସାବରଙ୍ଗ ଉଚ୍ଚ ବିଦ୍ୟାଳୟ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।  ମାତ୍ର ଡାକ୍ତର ସେଠାରେ ଉଭୟଙ୍କୁ ମୃତ ବୋଲି ଘୋଷଣା କରିଛନ୍ତି । ତେବେ ଦୁର୍ଘଟଣାରେ ମୋଟ ୩ ଜଣଙ୍କ ମୃତ୍ୟୁ ହୋଇଛି । ସେପଟେ ଦୁର୍ଘଟଣା ପରେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମାତ୍ର ମୃତକଙ୍କର ଏଯାଏ ପରିଚୟ ମିଳିପାରିନାହିଁ । 

Leave A Reply

Your email address will not be published.