ଝିଅର ବିବାହରେ ଅଚାନକ ସିଆରପିଏଫ୍‌ ଟିମ୍‌ର ଉପସ୍ଥିତି ଦେଖି ଭାବୁକ ହୋଇଗଲେ ସହିଦ ପରିବାର

ନୂଆଦିଲ୍ଲୀ, ଡିସେମ୍ବର ୧୫ : ଦକ୍ଷିଣ କଶ୍ମୀରର ଅତି ସମ୍ବେଦନଶୀଳ ଓ ଆତଙ୍କଗ୍ରସ୍ତ ଅଞ୍ଚଳ ପୁଲୱାମାର ଲେଥପୁରା ଅଞ୍ଚଳରେ ଥିବା ୧୧୦ ବାଟାଲିୟନ ସିଆରପିଏଫରେ ମୁତୟନ ସମୟରେ ସିପାହୀ ଶୈଳେନ୍ଦ୍ର ପ୍ରତାପ ସିଂହ ଆତଙ୍କବାଦୀଙ୍କ ଗୁଳିରେ ୨୦୨୦ ଅକ୍ଟୋବର ୫ ତାରିଖରେ ସହିଦ ହୋଇଥିଲେ। ଶୈଳେନ୍ଦ୍ର ସହିଦ ହୋଇଯିବା ପରେ ସିଆରପିଏଫ୍‌ର ଅନ୍ୟ ସାଥୀମାନେ ଏକ ବଡ଼ ଦାୟିତ୍ବ ନିର୍ବାହ କରିଛନ୍ତି। ଉତ୍ତରପ୍ରଦେଶର ରାୟବରେଲୀର ଏହି ବୀର ସହିଦ ଯବାନ ଶୈଳେନ୍ଦ୍ର ପ୍ରତାପ ସିଂହଙ୍କ ଭଉଣୀ ଜ୍ୟୋତି ସିଂହଙ୍କ ବିବାହ କାର୍ଯ୍ୟକ୍ରମ ୨୦୨୧ ଡିସେମ୍ବର ୧୩ ତାରିଖରେ ସମ୍ପନ୍ନ ହୋଇଛି। ବିବାହ ସମାରୋହରେ ଉପସ୍ଥିତ ସମସ୍ତ ଅତିଥି ଭାବୁକ ହୋଇଯାଇଥିଲେ, ଯେତେବେଳେ ସହିଦ ଶୈଳେନ୍ଦ୍ର ପ୍ରତାପ ସିଂହଙ୍କ ଭଉଣୀଙ୍କ ବିବାହରେ ସିଆରପିଏଫର ଯବାନମାନେ ଅଚାନକ ପହଞ୍ଚି ବଡ଼ ଉତ୍ସାହର ସହିତ ଭାଗିଦାରୀ ହୋଇପାରିଥିଲେ। ଭାଇଙ୍କ ଭଳି ଭଉଣୀଙ୍କୁ ଆଶୀର୍ବାଦ ଦେଇ ଭଉଣୀଙ୍କୁ ବିଦାୟ ଦେଇଥିଲେ।  ସିଆରପିଏଫ୍‌ର ଏହି ଯବାନମାନେ ନିଜ ସ୍ତରରେ ଭଲ କାମ କରିବାକୁ ଉଦ୍ୟମ କରିଥିଲେ। ସମସ୍ତଙ୍କ ଆଖିରୁ ଆନନ୍ଦର ଅଶ୍ରୁ ବାହାରି ପଡୁଥିଲା। କାରଣ ସହିଦ ଶୈଳେନ୍ଦ୍ରଙ୍କ ଅନୁପସ୍ଥିତିକୁ ସମସ୍ତେ ଗ୍ରହଣ କରିପାରୁ ନଥିଲେ। କିନ୍ତୁ ଯବାନମାନେ ଶୈଳେନ୍ଦ୍ରଙ୍କ ଅନୁପସ୍ଥିତିରେ ଯଥା ସମ୍ଭବ ସହଯୋଗ କରିବାକୁ ଉଦ୍ୟମ କରିଥିଲେ। ଶୈଳେନ୍ଦ୍ରଙ୍କ ପିତା ଓ ଅନ୍ୟମାନେ ଭାବୁକ ହୋଇଯାଇଥିଲେ। ସେ କହିଥିଲେ ମୋର ପୁଅ ଏହି ଦୁନିଆରେ ନାହିଁ ସତ। କିନ୍ତୁ ସିଆରପିଏଫ୍‌ର ଏହି ସୈନିକଙ୍କୁ ନୂଆ ପୁଅ ଭାବେ ପାଇ ଖୁସି ଅନୁଭବ କରୁଛି।  

Leave A Reply

Your email address will not be published.