ସୋନିଆ ଗାନ୍ଧୀଙ୍କ ନିବାସରେ ବିରୋଧୀଙ୍କ ବୈଠକ

ନୂଆଦିଲ୍ଲୀ, ଡିସେମ୍ବର ୧୫ : କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ମଙ୍ଗଳବାର ବିରୋଧୀ ଦଳର ନେତାଙ୍କ ସହିତ ଏକ ବୈଠକ କରିଛନ୍ତି। ଏଥିରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ପ୍ରମୁଖ ଶରଦ ପାୱର ସମେତ ନ୍ୟାସନାଲ କନଫରେନ୍ସର ଅଧ୍ୟକ୍ଷ ଫାରୁକ ଅବଦ୍ଦୁଲା, ଶିବସେନା ନେତା ସଂଜୟ ରାଉତ ଓ ଡିଏମ୍‌କେ ନେତା ଟିଆର ବାଲୁ ମଧ୍ୟ ସାମିଲ ଥିଲେ। ବିରୋଧୀ ମାନଙ୍କ ବୈଠକ ସୋନିଆ ଗାନ୍ଧୀଙ୍କ ନିବାସ ୧୦ ଜନପଥରେ ଯେଉଁ ସମୟରେ ହୋଇଛି, ସେହି ସମୟରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଓ ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ନିଜକୁ ମୁଖ୍ୟ ବିରୋଧୀ ନେତା ଭାବେ ଉପସ୍ଥାପନ କରିବାକୁ ଉଦ୍ୟମ କରୁଛନ୍ତି।  ନିକଟରେ ମୁମ୍ବାଇ ଗସ୍ତ କାଳରେ ମମତା ବାନାର୍ଜୀ ବୟାନ ଦେଇ କଂଗ୍ରେସର ଚିନ୍ତା ବଢ଼ାଇ ଦେଇଥିଲେ‌।  ଶରଦ ପାୱର ଓ ଶିବସେନା ନେତାଙ୍କୁ ଭେଟି କଂଗ୍ରେସର ଚିନ୍ତା ବଢ଼ାଇ ଦେଇଥିଲେ। ଦିଲ୍ଲୀ ଗସ୍ତ ସମୟରେ ସେ ତୃଣମୂଳ କଂଗ୍ରେସ ନେତ୍ରୀ ଓ କଂଗ୍ରେସ ସୁପ୍ରିମୋ ସୋନିଆ ଗାନ୍ଧୀଙ୍କୁ ମଧ୍ୟ ସାକ୍ଷାତ କରି ନଥିଲେ। କଂଗ୍ରେସ ଓ ତୃଣମୂଳ ମଧ୍ୟରେ ଏଭଳି ସଂପର୍କ ଭିତରେ ମଙ୍ଗଳବାର ସୋନିଆ ଗାନ୍ଧୀଙ୍କ ନିବାସରେ ହୋଇଥିବା ବୈଠକକୁ ଗୁରୁତ୍ବପୂର୍ଣ୍ଣ ବୈଠକ କୁହାଯାଉଛି। ବୈଠକରେ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ରାଜ୍ୟସଭା ନେତା ମଲ୍ଲିକାର୍ଜୁନ ଖଡ଼ଗେ ଉପସ୍ଥିତ ଥିଲେ। ଏହି ବୈଠକରେ ବର୍ତ୍ତମାନର ଶୀତକାଳୀନ ଅଧିବେଶନରେ ବିରୋଧୀଙ୍କ ରଣନୀତି ନେଇ ଚର୍ଚ୍ଚା ହୋଇଥିବା ନେଇ ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି। 

Leave A Reply

Your email address will not be published.