ଆମେରିକା: ୨୪ ଘଣ୍ଟାରେ ୧.୪ ଲକ୍ଷ ନୂଆ କରୋନା ପଜିଟିଭ୍‌, କୋଟିଏରୁ ଊର୍ଦ୍ଧ୍ବ ସଂକ୍ରମିତଙ୍କ ଚିକିତ୍ସା ଜାରି

ୱାଶିଂଟନ୍‌, ଡିସେମ୍ବର ୧୫ : ବିଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାରେ ୧ ଲକ୍ଷ ୪ ହଜାର ୮୫୪ ଜଣ ଲୋକ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୬୯ ହଜାର ୬୫୯ ଜଣ କରୋନାରୁ ସୁସ୍ଥ ହୋଇଥିଲା ବେଳେ ୧୫୫୯ ଜଣଙ୍କର ମୃତ୍ୟୁ ହୋଇଛି। ଆମେରିକାରେ ଏଯାଏଁ ୫ କୋଟି ୧୧ ଲକ୍ଷ ୩୨ ହଜାର ୭୩୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୪ କୋଟି ୨ ଲକ୍ଷ ୨୪ ହଜାର ୩୫୯ ଜଣ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି। ଏପର୍ଯ୍ୟନ୍ତ ୮ ଲକ୍ଷ ୨୧ ହଜାର ୨୯୬ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେ‌ଳେ ୧ କୋଟି ଲକ୍ଷ ୮୭ହଜାର ୭୫ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ଏଥିରୁ ୧୫ ହଜାର ୫୫୪ ଜଣଙ୍କର ଅବସ୍ଥା ଗୁରୁତର ରହିଛି। ବ୍ରିଟେନ୍‌ରେ ବିଗତ ୨୪ ଘଣ୍ଟା ମଧ୍ୟରେ ୫୯ ହଜାର ୬୧୦ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୪୬ ହଜାର ୨୩୨ ଜଣ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି। ୧୫୦ ଜଣଙ୍କର ମୃତ୍ୟୁ ହୋଇଛି। ଜର୍ମାନୀରେ ମଧ୍ୟ ଗତ ୨୪ ଘଣ୍ଟା ମଧ୍ୟରେ ୪୦ ହଜାର ୭୯୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୬୧ ହଜାର ୬୦୦ ସୁସ୍ଥ ହୋଇଥିଲା ବେଳେ ୫୭୫ ଜଣଙ୍କର ମୃତ୍ୟୁ ହୋଇଛି। 

Leave A Reply

Your email address will not be published.