ମହାରାଷ୍ଟ୍ରରେ ପୁଣି ୮ ନୂଆ ଓମିକ୍ରନ୍‌ ପଜିଟିଭ୍‌

ମୁମ୍ବାଇ, ଡିସେମ୍ବର ୧୫ : ମହାରାଷ୍ଟ୍ରରେ ପୁଣି ଥରେ ଓମିକ୍ରନ୍‌ ଦ୍ବାରା ସଂକ୍ରମିତଙ୍କ ସଂଖ୍ୟା ଲୋକଙ୍କର ଚିନ୍ତା ବଢ଼ାଇଛି। ମଙ୍ଗଳବାର ରାଜ୍ୟରେ ୮ ଜଣ ନୂଆ ଓମିକ୍ରନ୍‌ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥି ସହିତ ମହାରାଷ୍ଟ୍ରରେ ଓମିକ୍ରନ୍‌ ସଂକ୍ରମିତଙ୍କ ସଂଖ୍ୟା ୨୮ରେ ପହଞ୍ଚି ଥିବା ବେଳେ ଦେଶରେ ଏହା ୬୧କୁ ବୃଦ୍ଧି ପାଇଛି। ମୁମ୍ବାଇ ସମେତ ମହାରାଷ୍ଟ୍ରରେ ଓମିକ୍ରନ୍‌ ଦ୍ବାରା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଘଟିଥିବା ବେଳେ ରାଜ୍ୟ ସରକାର ନିଜ ତରଫରୁ ବିମାନବନ୍ଦରରେ କଟକଣା କଠୋର କରିଦେଇଛନ୍ତି। ଓମିକ୍ରନ୍‌ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଥିବାରୁ ରାଜ୍ୟରେ ରାହୁଲ ଗାନ୍ଧୀଙ୍କର ରାଲିକୁ ବାତିଲ କରିଦିଆଯାଇଛି। କଂଗ୍ରେସ ପାର୍ଟି ନିଜେ ଏହି ନିଷ୍ପତ୍ତି ନେଇଛି। ମହାରାଷ୍ଟ୍ର ବ୍ୟତୀତ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ, ରାଜସ୍ଥାନରେ ମଧ୍ୟ ଓମିକ୍ରନ୍‌ରେ ପଜିଟିଭଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। 

Leave A Reply

Your email address will not be published.