ଓମିକ୍ରନ୍ ତତ୍ପରତା, ରିସ୍କ ଦେଶରୁ ଆସିଲେ ପ୍ରି-ବୁକିଂ ଟେଷ୍ଟ ପାଇଁ ବିମାନ ଚଳାଚଳ ମନ୍ତ୍ରାଳୟର ନିର୍ଦ୍ଦେଶ

ନୂଆଦିଲ୍ଲୀ, ଡିସେମ୍ବର ୧୪: ଦେଶରେ ବଢୁଛନ୍ତି ଓମିକ୍ରନ୍ ଆକ୍ରାନ୍ତ । ଯାହା ପାଇଁ ଏବେ ବଢିଛି କେନ୍ଦ୍ର ସରକାରଙ୍କ ଓମିକ୍ରନ୍ ତତ୍ପରତା । ରିସ୍କ ଦେଶରୁ ଭାରତ ଆସୁଥିବା ଯାତ୍ରୀ ମାନଙ୍କ ଉପରେ ଲାଗିଲା କରୋନା କଟକଣା । ରିସ୍କ ଦେଶରୁ ଆସିଲେ ପ୍ରି-ବୁକିଂ ଟେଷ୍ଟ ପାଇଁ ବିମାନ ଚଳାଚଳ ମନ୍ତ୍ରାଳୟର ନିର୍ଦ୍ଦେଶ । ଆସନ୍ତା ଡିସେମ୍ବର ୨୦ ପରଠାରୁ ଯେଉଁମାନେ ଆଟ୍ ରିସ୍କ ଦେଶରୁ ଭାରତ ଆସିବେ ସେମାନେ ବିମାନ ବନ୍ଦରରେ ପହଞ୍ଚିବା ପରେ ନିଜ ପାଇଁ ପ୍ରି-ବୁକିଂ କରାଇନେବେ କରୋନା ଟେଷ୍ଟ ପାଇଁ । ଯାହାଫଲରେ ସେମାନଙ୍କ ପାଇଁ ବିମାନବନ୍ଦରରେ ହିଁ କୋଭିଡ୍ ଟେଷ୍ଟର ବ୍ୟବସ୍ଥା କରାଯାଇପାରିବ ।ଦେଶର ପ୍ରମୁଖ ୬ଟି ବିମାନ ବନ୍ଦର ପାଇଁ ପ୍ରି-ବୁକିଂ ଟେଷ୍ଟ ନିର୍ଦ୍ଦେଶ ରହିଛି । ଦିଲ୍ଲୀ, ମୁମ୍ବାଇ, କୋଲକାତା, ହାଇଦ୍ରାବଦ୍‌, ଚେନ୍ନାଇ, ବେଙ୍ଗାଲୁରୁ ଭଳି ଏୟାରପୋର୍ଟରେ ଡିସେମ୍ବର ୨୦ ପରେ ପ୍ରି-ବୁକିଂ ଟେଷ୍ଟ ବାଧ୍ୟତାମୂଳକ କରାଯିବ । ଆଟ୍ ରିସ୍କ ଦେଶରୁ ଫେରୁଥିବା ଯାତ୍ରୀ ମାନେ ପ୍ରକୃତରେ ପ୍ରି-ବୁକ୍ କରାଇଛନ୍ତି କି ନାହିଁ ତାହା ଯାଞ୍ଚ କରିବାକୁ ଏୟାର ଲାଇନ୍ସ କମ୍ପାନୀ ମାନଙ୍କୁ ନିର୍ଦ୍ଦେଶ ଦେଇଛି ବିମାନ ଚଳାଚଳ ମନ୍ତ୍ରାଳୟ ।

Leave A Reply

Your email address will not be published.