ବିଶ୍ବବ୍ୟାପୀ କରୋନା ଭାଇରସ୍‌ରେ ୨୭.୧୭ କୋଟି ଲୋକ ଆକ୍ରାନ୍ତ

ନୂଆଦିଲ୍ଲୀ, ଡିସେମ୍ବର ୧୫ : ଭାରତ ସମେତ ସମଗ୍ର ବିଶ୍ବ ପାଇଁ କରୋନା ଭାଇରସ ମହାମାରୀ ଚିନ୍ତା ବଢ଼ାଇଛି। ଏହି ମହାମାରୀ ଯୋଗୁଁ ଏପର୍ଯ୍ୟନ୍ତ ୫୩.୩୬ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇସାରିଛି। ଆକ୍ରାନ୍ତଙ୍କ ସଂଖ୍ୟା ୨୭.୧୭ କୋଟି ଅତିକ୍ରମ କରିସାରିଛି। ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ବରେ ୬ ଲକ୍ଷ ୪ ହଜାର ୨୨୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୭ ହଜାର ୨୨୩ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଆଜି ସକାଳ ୬ଟା ପର୍ଯ୍ୟନ୍ତ ବିଶ୍ବବ୍ୟାପୀ ୨୭ କୋଟି ୧୭ ଲକ୍ଷ ୪ ହଜାର ୫୩୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇସାରିଛନ୍ତି। କରୋନା ଯୋଗୁଁ ୫୩ ଲକ୍ଷ ୩୬ ହଜାର ୩୬୦ ଜଣଙ୍କର ମୃତ୍ୟୁ ହୋଇସାରିଛି। ଏବେ ବିଶ୍ବରେ ୨୪ କୋଟି ୪୨ ଲକ୍ଷ ୬୧୭ ଜଣ  କରୋନାରୁ ସୁସ୍ଥ ହୋଇସାରିଥିବା ବେଳେ ୨ କୋଟି ୨୧ ଲକ୍ଷ ୬୭ ହଜାର ୫୬୧ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ଏଥିରୁ ୮୯ ହଜାର ୪୦୮ ରୋଗୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି।

Leave A Reply

Your email address will not be published.