ରାଜ୍ୟରେ ବଢ଼ିବ ଶୀତର ପ୍ରକୋପ

ଭୁବନେଶ୍ୱର,ଡିସେମ୍ବର ୧୬ : ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଉତ୍ତର ପଶ୍ଚିମ ଏବଂ ଉତ୍ତର ଦିଗରୁ ଓଡିଶାକୁ ପ୍ରବେଶ କରୁଥିବା ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ରାଜ୍ୟରେ ଆଗାମୀ ଦୁଇରୁ ତିନି ଦିନ ମଧ୍ୟରେ ରାତ୍ରୀ ତାପମାତ୍ରା ୩ ରୁ ୪ ଡିଗ୍ରୀ ଯାଏଁ ତଳକୁ ଖସିବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ସହ ରାତ୍ରୀ ତାପମାତ୍ରା ଆଗାମୀ ୪ ରୁ ୫ ଦିନ ଯାଏଁ ସ୍ୱଭାବିକ ଠାରୁ ୨ ରୁ ୩ ଡିଗ୍ରୀ ଯାଏଁ କମ୍ ରହିବାର ସମ୍ଭାବନା ରହିଛି । ତେବେ ଉପରିଭାଗରେ ଜଳୀୟବାଷ୍ପର ବ୍ୟାପକ ଉପସ୍ଥିତି ଯୋଗୁ ରାଜ୍ୟରେ ପ୍ରାୟ ଅଞ୍ଚଳରେ ଦିନ ତାପମାତ୍ରା ସ୍ଵାଭାବିକଠାରୁ କମ୍ ସହ ପାଗ ଧୂଆଁଳିଆ ରହିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି ସେପଟେ ବୁଧବାର ଉପକୂଳ ଓଡ଼ିଶାରେ ରାତ୍ରକାଳୀନ ତାପାମାତ୍ରା ୦.୫ରୁ ୧.୫ ଡିଗ୍ରୀ ଯାଏ ତଳକୁ ଖସିବାବେଳେ ଆଭ୍ୟନ୍ତରୀଣ ଓଡ଼ିଶାରେ ୦.୫ରୁ ୨ ଡିଗ୍ରୀ ଯାଏ ତଳକୁ ଖସିଛି।  ଦକ୍ଷିଣ ଉପକୂଳବର୍ତ୍ତୀ ଅଞ୍ଚଳ ବ୍ୟତୀତ ସର୍ବନିମ୍ନ ତାପମାତ୍ରା ୧୮ ଡିଗ୍ରୀରୁ ଅଧିକ ରହିବ, ସାରା ରାଜ୍ୟରେ ରାତିର ତାପମାତ୍ରା ୧୬-୧୮ ଡିଗ୍ରୀ ମଧ୍ୟରେ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ସେହିପରି ରାଜଧାନୀରେ ପାଣିପାଗ ପୂର୍ବାନୁମାନ ଅନୁଯାୟୀ, ଡିସେମ୍ବର ୨୧ ଏବଂ ୨୨ ରେ ଓଡିଶା ରାଜଧାନୀ ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ଉ ରେକର୍ଡ ହେବ । ଡିସେମ୍ବର ୧୮ ରୁ, ରାଜ୍ୟ ରାଜଧାନୀର ମେଘର ଆଶଙ୍କା ନାହିଁ । ରାଜ୍ୟ ରାଜଧାନୀରେ ସର୍ବନିମ୍ନ ତାପମାତ୍ରା ଗୁରୁବାର ଠାରୁ ବୃଦ୍ଧି ପାଇବ ଏବଂ ଡିସେମ୍ବର ୨୯ ପର୍ଯ୍ୟନ୍ତ ୧୬ ଡିଗ୍ରୀରେ ରହିବ। 

Leave A Reply

Your email address will not be published.