ମିସ୍‌ ୟନିଭର୍ସ ୨୦୨୧ ଟାଇଟଲ୍‌ ଜିତି ମୁମ୍ବାଇ ପହଞ୍ଚିଲେ ହରନାଜ୍‌ କୌର ସନ୍ଧୁ

ମୁମ୍ବାଇ, ଡିସେମ୍ବର ୧୬ : ମିସ୍‌ ୟନିଭର୍ସ ୨୦୨୧ ଟାଇଟଲ୍‌ ବିଜେତା ହରନାଜ୍‌ କୌର ସନ୍ଧୁ ବୁଧବାର ବିଳମ୍ବିତ ରାତ୍ରିରେ ମୁମ୍ବାଇ ପହଞ୍ଚିଛନ୍ତି। ଏଠାରେ ପହଞ୍ଚିବା ପରେ ହରନାଜ୍‌ଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ହରନାଜ୍‌ଙ୍କ ସହିତ ସଂପର୍କୀୟ ଓ ପ୍ରଶଂସକ ମାନଙ୍କ ସହିତ  ମୁମ୍ବାଇ ପୋଲିସର ଯବାନମାନେ ମଧ୍ୟ ଫଟୋ ଉଠାଇଥିଲେ। ହାତରେ ତ୍ରିରଙ୍ଗା ଧରି ମିସ୍‌ ୟନିଭର୍ସ ସମସ୍ତ ସ୍ବାଗତକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଥିଲେ।  ମିସ୍‌ ୟୁନିଭର୍ସ ୨୦୨୧ ଟାଇଟଲ୍‌ ବିଜୟିନୀ ଚଣ୍ଡୀଗଡ଼ର ଝିଅ ହରନାଜ୍‌ କୌର ସୁନ୍ଦରୀ ପ୍ରତିଯୋଗିତାରେ ଭାରତର ଗୌରବ ବଢ଼ାଇଛନ୍ତି। ୨୧ ସମୟର ଅପେକ୍ଷାକୁ ସେ ଶେଷ କରିଛନ୍ତି। କାରଣ ୨୧ ବର୍ଷ ପୂର୍ବରୁ ଏହି ଟାଇଟଲ ଭାରତକୁ ଆସିଥିଲା। ସୂଚନାଯୋଗ୍ୟ, ମିସ୍‌ ୟନିଭର୍ସ ହେବା ପୂର୍ବରୁ ହରନାଜ ୨୦୧୭ରେ ମିସ ଚଣ୍ଡୀଗଡ଼ ଟାଇଟଲ ଜିତିଥିଲେ। ପୁଣି ୨୦୧୮ରେ ସେ ମିସ ମ୍ୟାକ୍ସ ଇମାଜିଙ୍ଗ ଷ୍ଟାର ଇଣ୍ଡିଆ ଟାଇଟଲରେ ସମ୍ମାନିତ ହୋଇଥିଲେ। ଏହି ୨ଟି ପ୍ରତିଯୋଗିତାରେ ସଫଳ ହେବା ପରେ ସେ ମିସ ଇଣ୍ଡିଆ ୨୦୧୯ରେ ଅଂଶଗ୍ରହଣ କରିଥିଲେ, ଯେଉଁଠି ସେ ଶ୍ରେଷ୍ଠ ୧୨ ଜଣିଆ ତାଲିକାରେ ସାମିଲ ହୋଇପାରିଥିଲେ। ହରନାଜଙ୍କ ପୂର୍ବରୁ ୧୯୯୪ରେ ସୁଷ୍ମିତା ସେନ୍‌ ଓ ୨୦୦୦ ମସିହାରେ ଲାରା ଦତ୍ତ ମିସ୍‌ ୟୁନିଭର୍ସ ଟାଇଟଲ୍‌ ଭାରତକୁ ଆଣିଥିଲେ।

Leave A Reply

Your email address will not be published.